ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅପୁଂଟା ବାଣର ବାରୁଦରେ ନିଆଁ ଲଗାଇ ଗୁରୁତର ହୋଇଥିବା ଶିଶୁ ଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର । ଯାଜପୁର ଜିଲା କୁଆଖିଆ ଥାନା ମିର୍ଜାପୁର ଗାଁରେ ଗତକାଲି ରାତିରେ ୧୦ ଜଣ ଶିଶୁ ଅପୁଂଟା ବାଣର ବାରୁଦ ସଂଗ୍ରହ କରି ନିଆଁ ଲଗାଇବା ପଂଳରେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ।ସେଠାରୁ ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଜି କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Facebook Notice for EU!
You need to login to view and post FB Comments!