ୱାର୍ଲଡ ଓଡିଶା ସୋସାଇଟ ପକ୍ଷରୁ ଶ୍ରେୟଶ୍ରୀଙ୍କୁ ସମ୍ବର୍ଦ୍ଧନା

43 0

ଭୁବନେଶ୍ବର :ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ବରୀ ବ୍ଲକ୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବାରୁ ଚାରିଆଡ଼ୁ ଶୁଭେଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟିଛି। ଗତକାଲି ୱାର୍ଲଡ ଓଡିଶା ସୋସାଇଟ ପକ୍ଷରୁ ଶ୍ରେୟଶ୍ରୀଙ୍କ ସହ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କୁ ପୁଷ୍ପଗୁଛ, ଉତରୀୟ, ଟ୍ରଫି ଦିଆଯାଇ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧନା କରାଯାଇଛି। ସୋସାଇଟର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବରୀ ମାଟିର ପୁଅ କିଶୋର ଦ୍ବିବେଦୀ ବରୀର ସେବା, ସାହିତ୍ୟ, ସଂଗ୍ରାମ ଓ ପର୍ଯ୍ୟଟନ ଇତିହାସ ସହ ରାମପୁର ଉଚ୍ଚ ବିଦ୍ୟାଳୟ ଓ ଛାତ୍ରୀ ଶ୍ରେୟଶ୍ରୀ ଯୋଡି ହୋଇ ଆଉ ଏକ ପରିଚୟ ସୃଷ୍ଟି କଲେ ବୋଲି ସମ୍ବର୍ଦ୍ଧନା କରିବା ଅବସରରେ ବକ୍ତବ୍ୟ ରଖିଥିଲେ।

ସେହିପରି ଅନ୍ୟତମ ଅତିଥି ଡଃ ଅରୁନ୍ଧତି ଦେବୀ ଯେଉଁଠି ଶିକ୍ଷା ସହ ସଂସ୍କାର ଯୋଡି ହୁଏ ସେଠି ଛାତ୍ର ଛାତ୍ରୀ ସଂସ୍କୃତି ସମ୍ପନ୍ନ ତଥା ସାମାଜିକତାପୂର୍ଣ୍ଣ ହୋଇଥାନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ଶିକ୍ଷାବିତ ରବି ନାରାୟଣ ବେହେରା ଗ୍ରାମାଞ୍ଚଳର ଶିକ୍ଷାଦାନ ପଦ୍ଧତି ଭିତରେ ଶ୍ରେୟଶୀର ସଫଳତା ପଙ୍କରୁ ପଦ୍ମ ଫୁଟିବା ଘଟଣା ଭଳି ସମାନ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ନିର୍ମଳ କୁମାର ଜେନା, ପରିଚାଳନା କମିଟି ସଭାପତି ନକୁଳ ଚରଣ ଦାସ, ବରିଷ୍ଠ ନାଗରିକ କୁଶଧ୍ଵଜ ସାମଲ, ପ୍ରାକ୍ତନ ସରପଂଚ କେଦାର ସାମଲ, ଯୁବ ସମାଜସେବୀ ରାଜ କୁମାର ଜେନା ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସହଯୋଗୀ ମୁକୁନ୍ଦ ସାମଲ, ଶ୍ରେୟଶ୍ରୀଙ୍କ ବାପା ଷ୍ଟାଲିନ ଜେନା ଓ ଅନ୍ୟମାନଙ୍କୁ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ପରେ ଶ୍ରେୟଶ୍ରୀ ନିଷ୍ଠାର ସହିତ ପାଠ ପଢି ଉଚ୍ଚ ଶିକ୍ଷାରେ କୃତିତ୍ୱ ଅର୍ଜନ କରିବ ବୋଲି ଅତିଥି ମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ।

Related Post

ଆସନ୍ତା ୨୬ ରେ ରାଜ୍ୟ ବ୍ୟାପି ଆନ୍ଦୋଳନ, ରାଜ ରାସ୍ତାରେ ଆଉଟ ଶୋର୍ସିଙ୍ଗ କର୍ମଚାରୀ

Posted by - November 13, 2022 0
କାଶୀପୁର:( ଅଞ୍ଜନ କୁମାର ନାଏକ )ସରକାରୀ ଅର୍ଥରେ ବେତନ କିନ୍ତୁ ସରକାର କହୁଛି ତୁମେ କିଏ’ ଆମେ ଜାଣି ନାହୁଁ !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ…

ଜଙ୍ଗଲ ଜମି ନଷ୍ଟ କରି ଠିକାଦାର ମାଲାମାଲ ନୀତି

Posted by - September 6, 2023 0
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ସୁରୁଣ୍ଡି ଗ୍ରlମରେ ଜଙ୍ଗଲ ଜମି ରେ ଦେଖିବାକୁ ମିଳିଛି ଠିକାଦାର ମାଲାମାଲ ଘଟଣା। ଜଗନ୍ନାଥ ସଡ଼କ RD…

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଅଗ୍ରସେନ ଭବନ ଠାରେ ପ୍ରେସ ଦିବସ ପାଳିତ

Posted by - November 18, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଗତ କାଳୀ ଜାତୀୟ ପ୍ରେସ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି।ଏଥିରେ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର…

ବିଜେପି କୃଷକ ମୋର୍ଚାର ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର

Posted by - June 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚା ତରଫରୁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ।…

ଏଇ ଓଡ଼ିଶା ପ୍ରଭାବ – ଡିଏଭି ମହାବିଦ୍ୟାଳୟ ଶାଗୁଆନ ଗଛ କଟା ଘଟଣା – ଦୁଇଟି କେଶ ରୁଜୁ କଲା ବନ ବିଭାଗ, କାହା କାହା ନାଁରେ ରୁଜୁ ହୋଇଛି ମାମଲା ତଥ୍ୟ ଦେଉନି ବିଭାଗ।

Posted by - May 12, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ସହର ଡିଏଭି ମହାବିଦ୍ୟାଳୟ ପରିସରରେ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣାରେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ…