ଜଳ ଯୋଗାଣ କେନ୍ଦ୍ରରେ ପଡିଲା ତାଲା

71 0

ହରଭଙ୍ଗା :୩୧/୦୫ (ଚିତ୍ତରଞ୍ଜନ ସିଂହ )ବେଶ କିଛି ଦିନ ହେଲା ବୌଦ୍ଧ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ରେ ବାୟୁ ମଣ୍ଡଳ ତାପ ମାତ୍ର ୪୪ ଡିଗ୍ରୀ ଉର୍ଦ୍ଧ ରେ ରହୁଛି!ଏପଟେ ଉତ୍ତାପ କୁ ନେଇ ଜନଜୀବନ ଅସ୍ତ ବ୍ୟସ୍ତ ହେଉଥିବା ବେଳେ ଅନ୍ୟ ପଟେ ପାନୀୟ ଜଳର ସମସ୍ୟା ନେଇ ଲୋକ ଙ୍କ ଭିତରେ କଳି ଉପୁଜୁଥିବା ଦେଖାଦେଇଛି!ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଉପାନ୍ତ ଅଂଚଳ ତଥା କୁସଙ୍ଗ ପଞ୍ଚାୟତ କୁମାରି ଗ୍ରାମରେ!ଗ୍ରାମ ବାସୀଙ୍କ ଅଭିଯୋଗ ମତେ ଉକ୍ତ ଗ୍ରାମରେ ୫ ଗୋଟି ସାହି ପାଇଁ ଜଳ ଯୋଗାଣ କେନ୍ଦ୍ର ଠାରୁ ପାନୀୟ ଜଳ ଯୋଗାଇ ଦେଉଥିଲେ ମଧ୍ୟ ବହୁ ସମୟରେ କେଉଟ ସାହି ଓ ହରିଜନ ସାହିକୁ ଏହି ପାନୀୟ ଜଳ ଯୋଗାଣ କ୍ଷେତ୍ର ରେ ବାରମ୍ବାର ଅନିୟମିତତା ହେଉଥିବାରୁ ଗ୍ରାମବାସୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ବୃଦ୍ଧି ପାଉଥିଲା।

ପାନୀୟ ଜଳ ସମସ୍ୟା ର ଅସନ୍ତୋଷ କୁ ନେଇ ଉଗ୍ର ରୂପ ଧରି ନିଆଁ କୁହୁଳୁ ଥିବାବେଳେ ବୁଧବାର ଦିନ ଉଭୟ ଦୁଇ ସାହିର ଜନ ସାଧାରଣ ବିଭାଗ ର ମନମୁଖୀ କାର୍ଯ୍ୟ କୁ ନେଇ ଯୋଗାଗ କେନ୍ଦ୍ର ରେ ତାଲା ପକାଇବା ସହିତ ସମସ୍ୟା ର ସମାଧାନ ପାଇଁ ଧାରଣାରେ ଦେଇଥିଲେ!ଘଟଣା ସମ୍ପର୍କ ରେ  ଗ୍ରାମବlସି ଜିଲ୍ଲା ପାଳ ଓ BDO ଙ୍କୁ ସମସ୍ୟା ର ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାକୁ ନେଇ ତୁରନ୍ତ ବ୍ଲକ ଜଳ ଓ ପରିମଳ ଯନ୍ତି ପ୍ରଦୀପ ଜେନା ଘଟଣା ସ୍ଥଳରେ ପହଂଚି ଜଳ ଯୋଗାଣ ର ସମସ୍ୟା ପଚାରି ବୁଝିବା ସହ ଜଳ ଯୋଗାଣ କେନ୍ଦ୍ର ର କାର୍ଯ୍ୟରତ ପରିଚାଳକ ଙ୍କୁ ସୁଚାରୁ ରୂପେ ଜଳ ଯୋଗାଇଦେବା ପାଇଁ ତାଗିତ କରିଥିଲେ!ଏବଂ ଗ୍ରାମର ପାନୀୟ ଜଳ ସମସ୍ୟା କୁ ନେଇ ଖୁବ ଶୀଘ୍ର ଏକ ଖୋଲାକୂପ ଖନନ କରାଯିବା ପାଇଁ ବିଭାଗ ପକ୍ଷରୁ ସୂଚନା ମିଳିଛି!

Related Post

ଯାଜପୁର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

Posted by - July 9, 2020 0
ଭୁବନେଶ୍ବର: ମହାମାରୀ କରୋନା ପାଇଁ ସଭା, ସମିତି ଆୟୋଜନ ହୋଇପାରୁନାହିଁ । ଏପରି ସ୍ଥଳେ ବିଜେପି ଡ଼ିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ…

ଚାଉଲବାଞ୍ଜି ବିଦ୍ୟାଳୟରେ ବିଳମ୍ବରେ ଶିକ୍ଷକ ପହଞ୍ଚିବା ନେଇ ଅଭିଭାବକ ଙ୍କ ଅସନ୍ତୋଷ ବିଦ୍ୟାଳୟ ସମ୍ମୁଖରେ ଛାତ୍ରିଛାତ୍ର

Posted by - December 6, 2022 0
ଖପ୍ରାଖୋଲ: ୦୫/୧୨ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଳମ୍ବରେ ଶିକ୍ଷକ ପହଞ୍ଚିବା ନେଇ ଅଭିଭାବକ ଙ୍କ…

କଠୋର ଓ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ବିଲ ପ୍ରଣୟନ ଦାବି କରି ଧାରଣା ଦେବ ଜେ ଏସ ଏଫ

Posted by - November 27, 2021 0
ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)ଭାରତ ବର୍ଷରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଶିକ୍ଷା , ସ୍ବାସ୍ଥ୍ୟ, ପରିବେଶ ,ଜଳବାୟୁ ଆଦି କ୍ଷେତ୍ରରେ ବ୍ୟାପକ ଅନିୟମିତତା…

ମାଁ ସମଲେଶ୍ଵରୀ ଙ୍କ ପୀଠ ରେ ଚନ୍ଦ୍ର ଗ୍ରହଣ ଦିନର କାର୍ଯ୍ୟ ସୂଚୀ

Posted by - November 6, 2022 0
ସମ୍ବଲପୁର :୦୫/୧୦ (ରମାକାନ୍ତ ବିଶ୍ବାଳ)ମଙ୍ଗଳବାର ୮/୧୧/୨୨ ତାରିଖ ଭୋର୍ ୪:୩୦ ଘଟିକା ସମୟରେ ମାଆଙ୍କର ମନ୍ଦିର ଖୋଲାଯାଇ ନିତିକନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ…