ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗ ଦୁଇ ଗିରଫ

483 0

ଘଟଗାଁ,ତା ୧୩ ଡିସେମ୍ବର  କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଜଣେ ବିବାହିତ ମହିଳାଙ୍କୁ ଗଣବଳାତ୍କାର କାରଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ ଗତ ୧୧ତାରିଖ ଦିନ ମହିଳା ଜଣଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମଦ ନିଶାରେ ଚୁର ହୋଇ ଦୁଇ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଟେକିନେଇ ବଳାତ୍କାର କରିଥିଲେ ।

ଏନେଇ ମହିଳା ଜଣଙ୍କ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ସେହି ଗ୍ରାମର ଅଭିଯୁକ୍ତ ସିଂଗରାଇ ମୁଣ୍ଡା ଓ ଶୈଳେନ୍ଦ୍ର ମୁଣ୍ଡାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।

Related Post

ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ

Posted by - August 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ମଂଗଳପୁର ଥାନା କୟାଁ ପଂଚାୟତର ଦରଭା ଗାଁରେ ଗୋଚର ଜମିରେ ମନ୍ଦୀର ନିର୍ମାଣ କୁ କେନ୍ଦ୍ରକରି ଘଟିଥିବା ଗୋଷ୍ଠୀ ସଂଘର୍ଷ…

କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲା,ସତ ଓଗାଳିଲା ଅଭିଯୁକ୍ତ ରଞ୍ଜନ

Posted by - March 31, 2022 0
ଭୁବନେଶ୍ବର:କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ରାଜ୍ ଓରଫ ରଂଜନ ନାୟକ ସତ ଓଗାଳିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା…

ସ୍ବାମୀକୁ ମାରିଲା ପୁରୁଣା ପ୍ରେମିକ,ଅଭିଯୁକ୍ତ ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Posted by - May 31, 2019 0
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି…

ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଅଚିହ୍ନା ଶବ ଠାବ

Posted by - July 22, 2021 0
ଉତ୍ତର ଭୁବନେଶ୍ୱର:( ସନ୍ତୋଷ ରାଉତ)   ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅଧୀନ ବାଲିଯାତ୍ରା ପଡ଼ିଆରେ ଜଣେ ଅଚିହ୍ନା ଲୋକର ଶବ ଠାବ ହୋଇଛି । ବାଲିଯାତ୍ରା ତଳ…

କଲିକତାରୁ ପରିବା ଗାଡିରେ ବିଦେଶୀ ମଦ

Posted by - May 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରି ବିଭାଗ ହାତରେ ଧରାପଡିଲା । ଯାଜପୁର ବାଳାଶ୍ରମ ପଡିଆ ପରିବା ମାର୍କେଟ…

Leave a comment

Your email address will not be published.