ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କେସିଙ୍ଗା କଶୃପଡା ପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଆଗମନ,ହଜାର ହଜାର ଭକ୍ତଙ୍କ ସମାଗମ

114 0

କେସିଙ୍ଗା:(ପ୍ରିତେଶ ପଟେଲ)କେସିଙ୍ଗା ବ୍ଲକ କଶୃପଡା ଗ୍ରାମରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଭଗବାନ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଦୀର୍ଘ ଆଠଦିନ ହେଲା ଚାଲିଥିଲା ଭଗବାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ । ହେଲେ ସମଗ୍ର ଅଞ୍ଚଳ ବାସି ଜଗିବସିଥିଲେ ଆଜିର ଦିବସ କୁ । ମନ୍ଦିର ପ୍ରତିଷ୍ଠା ରେ ଯୋଗ ଦେବା ପାଇଁ ଗତ ରବିବାର ରାତ୍ର 9.00ଟା ସମୟରେ କେସିଙ୍ଗା ପହଞ୍ଚିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

କେସିଙ୍ଗାତାଙ୍କ ଶିଷ୍ୟ ଶ୍ରୀ ଜୟଭାଗବନ ଜୈନ୍ ( ପପୁ) ଙ୍କ ଜନତା ରାଇସ ମିଲ ରେ ରାତ୍ରି ରହଣି କରି ଅଦ୍ୟ ସୋମବାର ସକାଳ 11ଟା ରୁ 2ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ ଓ ସନ୍ଧ୍ୟା ୬ ଟା ସମୟରେ ଜଗତଗୁରୁ ପହଞ୍ଚିଥିଲେ କଶୃପଡା ଜଗନ୍ନାଥ ମନ୍ଦିର । ସେଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଙ୍କ ଦର୍ଶନ ସାରି ଧର୍ମସଭା ରେ ଯୋଗୋଦେଇଥିଲେ । ସେଠାରେ ହଜାର ହଜାର ଜନସମୁଦ୍ର ସମାଗମରେ ଅଞ୍ଚଳବାସୀ ଙ୍କୁ ହିନ୍ଦୁ ସନାତନ ଧର୍ମ ଜ୍ଞାନ ସଙ୍ଗେ ଅନେକ ସଦଜ୍ଞାନ ପ୍ରଦାନ କରିଥିଲେ । ସୂଚନା ମୁତାବକ ଉକ୍ତ ସମାରୋହ ରେ ପାଖାପାଖି ୨୦୦୦୦ ରୁ ଉର୍ଦ୍ଧ ଭକ୍ତ ଯୋଗଦେଇଥିଲେ ।

ଜଗତଗୁରୁ ଙ୍କ ଆଗମନ ସମୟରେ କେସିଙ୍ଗା ପୋଲିସ ଆଇ.ଆଇ.ସି ସତ୍ୟ ନନ୍ଦ ଙ୍କ ଅଧ୍ୟକ୍ଷତା ରେ କଡା ସୁରକ୍ଷା ପ୍ରଦାନ କରାଯାଇଥିଲା । ଉକ୍ତ ଧର୍ମସଭା ରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା , କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି ଓ କେସିଙ୍ଗା ଏନ୍ ଏ ସି ଅଧ୍ୟକ୍ଷ ନୂର୍ପରଜ୍ ଯାଦବ ଙ୍କ ସମେତ କେସିଙ୍ଗା ବ୍ଲକ୍ ର ଅନେକ ଉଦ୍ୟୋଗପତି ଏବଂ ଅଞ୍ଚଳର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇ ଜଗତଗୁରୁ ସଙ୍କରାଚାର୍ଯ୍ୟ ଆଶୀର୍ବାଦ ଗ୍ରହଣ କରିଥିଲେ ।

 

Related Post

ୟୁପିଏସି ପରୀକ୍ଷା ରେ ସୋନପୁର ଛାତ୍ର ଓଡିଶା ଟପ୍ପର

Posted by - May 30, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସର୍ବ ଭାରତୀୟ ସ୍ତରରେ ୟୁପିଏସି ପକ୍ଷରୁ ସୋମବାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ସର୍ବ ଭାରତୀୟ ସ୍ତରରେ ଶ୍ରୁତି…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ କାଳବୈଶାଖୀ ଜନିତ ବଜ୍ରପାତ ଓ ଝଡାବର୍ଷା ନେଇ ସତର୍କତା ଜାରି

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ କ୍ରମାଗତ। ଭାବେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ କେତେକ ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ଓ…

ଗାନ୍ଧିକେନାଲ ଅବସ୍ଥା ଶୋଚନୀୟ, ପାଣିପାଇଁ ଚାଷୀଙ୍କ ମନରେ ଅସନ୍ତୋଷ

Posted by - July 31, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଖିଆଗରେ ଜଳ ଥାଇ ଉପଯୋଗୀ ହୋଇନପlରିବା କେତେଯେ ବିସ୍ମୟ କର ତାହା ଏହି ହରଭଙ୍ଗା ବ୍ଲକ ରେ ଦେଖିବାକୁ ମିଳିଛି!ଚିର ସ୍ରୋତ ଲଷ୍ମୀନାଲ ରୁ…

ଶଗଡ଼ିଆ ନୂତନ ସେତୁ ପାଇଁ ମାଟି ପରୀକ୍ଷା

Posted by - April 18, 2023 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଧର୍ମନଗର ଠାରେ ରହିଥିବା ଶଗଡିଆ ନାଳ ଉପରେ ନୂତନ ସେତୁ ନିର୍ମାଣ କରାଯିବ। ଏଥିପାଇଁ ଶନିବାର ମାଟି ପରୀକ୍ଷା…

ବ୍ଲକ ର ବିଭିନ୍ନ ସ୍ଥାନ ରେ ପଥପାର୍ଶ୍ୱ ବନିକରଣ ରକ୍ଷଣବେକ୍ଷଣ ଅଭାବ

Posted by - August 11, 2023 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ) ସରକାର ସବୁଜ ସୁନ୍ଦର, ପରିବେଶ ଆମର ବୋଲି ନାରାବାଜି ଦେଉଛନ୍ତି l ଏପରିକି ବନ ବିଭାଗ କୁ ବିଭିନ୍ନ ଯୋଜନା ରେ ଲକ୍ଷ…