ଖୁଣ୍ଟିଗୋରା ପଞ୍ଚାୟତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣୀ ଶିବର

62 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୁଜାହାରୀ, କଣ୍ଟାମାଳ ଶିଶୁ ବିକାଶ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ, ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାହୁଲ ପ୍ରଧାନ, ଡ. ଜଗଦିଶ ସେଠି, ବୌଦ୍ଧ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଧେଶକ ପ୍ରଦୀପ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ପୂର୍ତ୍ତବିଭାଗ ଯନ୍ତ୍ରୀ ରାଜକିଶୋର ମଲିକ, କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଅଜିତ କୁମାର ସେଠି, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଖଟୁଆ, ବୌଦ୍ଧ ଜଳସେଚନ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ପଣ୍ଡା, ଘଣ୍ଟାପଡା ଥାନାଧିକାରୀ ଗଣନାଥ ଥନାପତି, ଖୁଣ୍ଟିଗୋରା ଆରଆଇ ଭୀଷ୍ମ ନାଗଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗଦାନ କରି ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ।

ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ସୁନିତା ମାଝୀ, ଇଓ ଘନଶ୍ୟାମ ସାହୁ, ଗ୍ରାମ ରୋଜଗାର ସେବକ ଗୌତମ ମହାନନ୍ଦ, ଯୋଗାଣ ସହାୟକ ସୁନିଲ ଖଟୁଆ ଏବଂ ପଞ୍ଚାୟତର ସମସ୍ତ କର୍ମଚାରୀ ଶିବର ପରିଚାଳନାରେ ସହଯୋଗ କରିଥିଲେ l ସମୁଦାୟ ୧୮୬ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ସାମୁହିକ ସମସ୍ୟା ୧୧ଟି ଏବଂ ବ୍ୟକ୍ତିଗତ ସମସ୍ୟା ୧୭୭ଟି ରହିଥିଲା l

୬ଜଣଙ୍କୁ ତୁରନ୍ତ ଭତ୍ତାକାର୍ଡ ପ୍ରଦାନ ସହ ୫୦୦ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଏବଂ ରେଡକ୍ରସରୁ ୩୫ ଜଣଙ୍କ ପାଇଁ ୧ଲକ୍ଷ ୯୨ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ୪ଜଣଙ୍କୁ ତିନି ଚକିଆ ସାଇକେଲ, ୪ଜଣଙ୍କୁ ହ୍ଵିଲ ଚେୟାର ଏବଂ ୩ଜଣ ଛାତ୍ରୀଙ୍କୁ ପୃଷ୍ଠପୋଷକତା ୪ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା l ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୪ଡିଗ୍ରୀ ରହିଥିବା ବେଳେ ଜନ ଶୁଣାଣି ଶିବିରକୁ ଆସି କଷ୍ଟ ପାଉଛନ୍ତି ବୃଦ୍ଧ ବୃଦ୍ଧା l ଜଣେ ବୃଦ୍ଧା ଅଭିଯୋଗ କରିବା ପାଇଁ ଆସିଥିଲେ ପ୍ରଚଣ୍ଡ ଉଷ୍ମତା ଯୋଗୁଁ ହଠାତ ଆଚେତ ହୋଇ ପଡିଯାଇଥିଲେ କିନ୍ତୁ ପ୍ରଶାସନ ତରଫରୁ ଗୁରୁତ୍ୱ ଦେଇ ନଥିଲେ, ମାନବ ସେବା ସଦନ ସଂଗଠନର ସଦସ୍ୟମାନେ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରିଥିଲେ l

Related Post

୧୧ତମ ଅଷ୍ଟ ପ୍ରହରୀ ଯଜ୍ଞ ଅବସରରେ ଶାନ୍ତିଆନନ୍ଦ ବାବା ମଠ ଠାରେ ଶୁଭ କଳସ ଯାତ୍ରା ଅନୁଷ୍ଠିତ

Posted by - March 14, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ବୃନ୍ଦାବନ ପାହାଡ଼ ଉପରେ ଥିବା ଶାନ୍ତି ଆନନ୍ଦ ବାବା ମଠ ଠାରେ ଆଜି ସକାଳ 8ଟାରେ ଶୁଭ କଳସ…

ପୁରୁଣା କଟକ ରେ ୯୯ ଜଣଙ୍କୁ ଭୀମ ଭୋଇ ଭିନ୍ନକ୍ଷମ ପ୍ରମାଣ ପତ୍ର ବଣ୍ଟନ

Posted by - December 24, 2021 0
ବୌଦ୍ଧ:( ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି…

ଯାଜପୁର ବିରଜାପୁର ରାହାସ ଉତ୍ସବ ।

Posted by - November 15, 2019 61
ଯାଜପୁର( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବିରଜାପୁର ଗାଁରେ ୭ ଦିନ ଧରି ଚାଲିିଥିବା ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଅବସରରେ ଦାସକାଠିଆ,ପାଲା,ଭଜନ ସଂଧ୍ୟା ଭଳି…

କାଶୀପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଯୋଗ ଶୁଣାଣି

Posted by - November 29, 2022 0
କାଶୀପୁର: (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲାପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ,…

ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ସ୍କୁଟି ଆରୋହି ମୃତ

Posted by - January 21, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଅନ୍ତର୍ଗତ ଖଡ଼ିଆଳ, ଭବାନୀପାଟଣା ଯିବ ଯିବା ଚାନ୍ଦୋତରା ଛକ ଏସ .ଏଚ ୪୨ ନ ରାଜପଥ…