ହରଭଙ୍ଗା:୨୯/୦୫ (ଚିତ୍ତରଞ୍ଜନ ସିଂହ ) କୁମ୍ଭୀର ଙ୍କ ସୁରକ୍ଷା ବାସସ୍ଥଳି କୁହାଯାଉଥିବା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳ ରେ ମହାନଦୀ ଭିତରେ ଗତ ପାଞ୍ଚ ଦିନ ହେଲା ଘଡିଆଳ ପ୍ରଜାତିର କୁମ୍ଭୀର ଅଣ୍ଡା ଦେବାସହ ୩୫ ଟି ଘଡିଆଳ ସାବକ ଜନ୍ମ ଦେଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି l ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁମିଳିଥିବା ସୂଚନା ଅନୁଯାୟୀ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସୁନା ଖଣିଆ ବିଟ ମହାନଦୀ ଅଞ୍ଚଳ ରେ ରହୁଥିବା ଘଡିଆଳ କୁମ୍ଭୀର ପ୍ରଜାତିର ମା କୁମ୍ଭୀର ଵଂଶ ବୃଦ୍ଧି ପାଇଁ ଗତ ମାର୍ଚ୍ଚ ମାସ ୬ ତାରିଖ ରେ ଅଣ୍ଡା ଦେବା ଆରମ୍ଭ କରିଥିଲା ପରେ ମେ ୨୪ ତାରିଖଛୁଆ ଜନ୍ମ ମଧ୍ୟ ଦେଇଥିଲା l
ଏପରିକି ମା କୁମ୍ଭୀର ଅଣ୍ଡା ଦେବା ଆରମ୍ଭ ଦିନଠୁ ଛୁଆ ଜନ୍ମ ପର୍ଯ୍ୟନ୍ତ ସମ୍ପୂର୍ଣ ସୁରକ୍ଷା ପାଇଁ ମହାନଦୀ ଭିତରେ ମାଛ ମରା ଡ଼ଙ୍ଗା, ଓ ପାସେଞ୍ଜର ବୋଟ କୁ ବାରଣ କରାଯାଇଥିଲା l ଏହାର ସୁରକ୍ଷା ଦାୟିତ୍ୱ ରେ ଡି ଏଫ ଓ ସାତକୋଶିଆ ଏବଂ ଡି ଏଫ ଓ ମହାନଦୀ ବନ୍ୟପ୍ରାଣୀ ବିଭାଗର ଦାୟିତ୍ୱ ରହିଥିବା ବେଳେ ବିଶେଷ କରି ଘଡିଆଳ ମାଁ କୁମ୍ଭୀର ସୁରକ୍ଷା ଦାୟିତ୍ୱ ତଦାରଖ ରେ ନନ୍ଦନକାନନ ରିସର୍ଚ୍ଚ ଟିମ ଥିବା ବେଳେ ସହଯୋଗ ରେ ଟିକରପଡା ରେଞ୍ଜ ଓ କୁସଙ୍ଗ ରେଞ୍ଜ ଅଧିକାରୀ ଥିଲେ l ସୁନା ଖଣିଆ ବିଟ ଅଞ୍ଚଳ ରେ କୁସଙ୍ଗ ରେଞ୍ଜ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା l
ଉକ୍ତ କୁମ୍ଭୀର ସାବକ ମାନେ ମହାନଦୀ ବଢ଼ି ହେଲେ ଚଲ ପ୍ରଚଳ ପାଇଁ ବାହାରକୁ ଚାଲି ଆସିବେ ଏବଂ ଲୋକଙ୍କ ମୁହଁରେ ପଡିଯିବା ସହ ତାଙ୍କ ସୁରକ୍ଷା ନେଇ ଚଳିତ ବର୍ଷ ମହାନଦୀ ରେ ବନ୍ୟା ବଢ଼ି ପୂର୍ବରୁ ନଦୀ ତଳିଆ ଥିବା ଗ୍ରାମ ଗୁଡିକ ରେ କୁମ୍ଭୀର ସୁରକ୍ଷା ପାଇଁ ଲୋକଙ୍କୁ ଏବେଠୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହା କୁସଙ୍ଗ ରେଞ୍ଜ ସୁନାଖଣିଆ ଠାରୁ ମହାନଦୀ ତଳ ମୁଣ୍ଡ ବଡମୂଳ, ଛାମୁଣ୍ଡିଆ ପର୍ଯ୍ୟନ୍ତ ନଦୀକୂଳ ବାସୀଙ୍କୁ ସଚେତନତା ଦିଆଯଯାଉଥିବା ନେଇ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି