Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

27 0

କିଶୋର ଓ କିଶୋରୀ ମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ଆବଶ୍ୟକ: ରାୟଗଡ ଜିଲ୍ଲା ପ୍ରଶାସନ

ମୁନିଗୁଡା :(ରମାକାନ୍ତ ପୋଡାଲ )ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ଜିଲ୍ଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ସହିତ ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ଆଜି ରାୟଗଡା ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲାର ସମସ୍ତ ବ୍ଳକର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଶିଶୁ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କର ସହଯୋଗ ଲୋଡିଥିଲେ I ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢୁଛି କମ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରନ୍ତି ନାହିଁ I ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ I ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ I ପ୍ରକୃତ ବୟସ ଯାଞ୍ଚ କରିବା ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟର ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ I

ସମସ୍ତେ ଏହି ବିଷୟରେ ସଚେତନ ହେବା ସହ ସମସ୍ତ ବ୍ୟକ୍ତି ବିଶେଷ ଓ କିଶୋର କିଶୋରୀ ମାନଙ୍କୁ ଜଣାଇବା ଆବଶ୍ୟକ I ଦକ୍ଷିଣ ଓଡିଶାର ଅନେକ ପୁଅ ଓ ଝିଅ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି ତେଣୁ ଜଣେ ଜାତି ସମାଜର ମୁଖିଆ ହିସାବରେ ନିଜ ନିଜ ଜାତି ସମାଜର ପିଲାମାନଙ୍କୁ ମଧ୍ୟ ସେଭଳି ତିଆରି ହେବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆହ୍ଵାନ ଦେଇଥିଲେ I ଓଡିଶା ଜୀବିକା ମିଶନ ଓ କୌଶଳ ବିକାଶ ଯୋଜନାରେ କିଶୋର ଓ କିଶୋରୀ ମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କର୍ମଶାଳାରେ ୧୧ଟି ବ୍ଳକର ପ୍ରାୟ ୫୦ ଜଣ ବିଭିନ୍ନ ଜାତି ସମାଜର ମୁଖିଆ ଯେପରିକି ଲାଞ୍ଜିଆ ସୌରା ସମାଜ, ତୈଳିକ ବୈଶ୍ୟ ସମାଜ, କୁମୁଟି, ଜାତାପୁ, ଗୋପାଳ ସମାଜ, କୁଇ ସମାଜ, ପାଇକ ସମାଜ, ଦୋରା ସମାଜ, ପୂଜାରୀ ବ୍ରାହ୍ମଣ ସମାଜ, ମେଦିରି ସମାଜ ଓ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ମୁଖ୍ୟ ମାନେ ଯୋଗ ଦେଇଥିଲେ I

ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉଲ୍ଲାସ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ଚାଟିକଣାର ଲାଞ୍ଜିଆ ସୌରା ଉନ୍ନୟନ ପରିଷଦ, ପୁଟାସିଙ୍ଗିର ସ୍ୱତନ୍ତ୍ର ଅଧିକାରୀ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ପାର୍ସାଲିର ପୁଷ୍ଟି ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଏବଂ ଜିଲ୍ଲାର ସମସ୍ତ ସିଡିପିଓ ମାନେ ଉପସ୍ଥିତ ଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପ ଗୁଡିକୁ ଆଲୋକପାତ କରିଥିଲେ I ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

କରୋନାରେ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ୧୧୪ ଆମ୍ବ ଗଛ ରୋପଣ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା…

ଉତ୍କଳ ଆଲୁମିନା ପକ୍ଷରୁ ପାରିପାର୍ଶ୍ଵିକ ଗ୍ରାମାଞ୍ଚଳ ର ଶିଶୁମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ଶିବିର ଆୟୋଜିତ

Posted by - June 2, 2023 0
ରାୟଗଡ:(ରମାକାନ୍ତ ପୋଡାଳ )ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଂସ୍ଥା ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସହାୟକ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ପକ୍ଷରୁ ନିକଟରେ ପାରିପାଶ୍ୱର୍ିକ ଗ୍ରାମାଞ୍ଚଳ…

ଫୁଟବଲ ଖେଳ ହେଲା କାଳ,ଖେଳୁଥିବା ବେଳେ ଖେଳାଳି ଙ୍କ ମୃତ୍ୟୁ

Posted by - August 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଫୁଟବଲ ଖେଳ ହେଲା କାଳ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗଇଲମରା ଗାଁରେ l ଫୁଟବଲ…

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳର ସାମୁହିକ ଆଚାର୍ଯ୍ୟ କାର୍ଯ୍ଯଶାଳା

Posted by - April 28, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସଙ୍କୁଳର ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ…