ମୁନିଗୁଡା :(ରମାକାନ୍ତ ପୋଡାଲ )ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ଗ୍ରାମପଞ୍ଚାୟତର ବାରିଗୁଡା ଗ୍ରାମରେ ଦେଖାଯାଇଛି କାଳ ବୈଶାଖୀ ର ତାଣ୍ଡବ।ପ୍ରବଳ ପବନ ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡା ରାସ୍ତା ଅବରୋଧ ହୋଇଛି।ଏହି ପବନ ଦାଉ ସାଧିଛି ବାରିଗୁଡା ଗ୍ରାମର ଜୟନ୍ତୀ ପାଲକା ଙ୍କ ଉପରେ ।
ଏକ ବିରାଟ ଗଛ ତାଙ୍କ ଘର ଉପରେ ପଡିଯିବା ଯୋଗୁଁ ଘର ପ୍ରାୟ ନଷ୍ଟ ସୋଇଯାଇଛି।ଗରିବ ଜୟନ୍ତୀ କିପରି ପୁନଃ ଘର କରିବେ ଭାବି ଦୁଃଖ ରେ ଭାଙ୍ଗି ପଡିଛନ୍ତି। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି