ମୁନିଗୁଡା :(ରମାକାନ୍ତ ପୋଡାଲ )ଆନ୍ତର୍ଜାତିକ କୃଷି ଉନ୍ନୟନ ପାଣ୍ଠି(IFAD) ରୋମ, ଇଟାଲୀର ଚାରି ଜଣିଆ ମୂଲ୍ୟାୟନ ଦଳ ଦୁଇ ଦିନ ଧରି ଓପିଲିପି- ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ।
ସୁଶ୍ରୀ ପାମେଲା ଯ୍ବୈତ ଙ୍କ ନେତୃତ୍ୱରେ ସୁଶ୍ରୀ ସୁନିତା ରଙ୍ଗସ୍ୱାମୀ, ସୁଶ୍ରୀ ହନା ଡେନ ବୋର,ଶ୍ରୀ କେ.ବାଳସୁବ୍ରମଣିଆ ପ୍ରମୁଖ ସନ୍ୟାସୀଗୁଡା,ସୌରଗୁଡା, ଖାଂବେସି ଓ ଖଜୁରି ଗ୍ରାମ ରେ ସୌର ଶକ୍ତି ଜଳସେଚନ ଵ୍ୟଵସ୍ଥା, କୁକୁଡ଼ା ଚାଷ ଛେଳି ପାଳନ, ଗୋଷ୍ଠି ଗୃହ, ଖଲି ଉତ୍ପାଦନ କେନ୍ଦ୍ର, ସିଲେଇ କେନ୍ଦ୍ର,ଚାରା ଉପ୍ତାଦନ କେନ୍ଦ୍ର ,ସପୁରୀ ଓ ହଳଦୀ ଚାଷ ସୌର ପରିଚାଳିତ ଶୀତଳ ଭଣ୍ଡାର ଇତ୍ୟାଦି ପରିଦର୍ଶନ କରିବା ସହ ବ୍ୟକ୍ତିଗତ ହିତାଧିକାରୀ, ଗ୍ରାମ୍ୟ ଉନ୍ନୟନ କମିଟି ର ସଭ୍ୟ, ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠି ର ସଭ୍ୟା, ଡ଼ଙ୍ଗରିଆ ବିଜ୍ଞାନ ସ୍ନାତକ ଯୁବକ ଏବଂ କୁର୍ଲି, ଚାଂଚଡ଼ାଗୁଡା,ଡାଲିଆକୁଜି ଗ୍ରାମ ପଂଚାୟତ ର ସରପଞ୍ଚ ମାନଙ୍କ ସହ ବିଷଦ ଭାବେ ଗତ ୬ ବର୍ଷ ରେ ଓପିଲିପି କାର୍ଯ୍ୟକ୍ରମ ବିଷୟରେ ବିଷଦ ଭାବେ ଆଲୋଚନା କରି ବେଶ ସନ୍ତୋଷ ବ୍ୟକ୍ତ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ଓପିଲିପି ର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।