ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା ଦୁର୍ଗମ ଆଦିବାସୀ ବହୁଳ ମାଓ ଅଧ୍ୟୁଷିତ ଚନ୍ଦ୍ରପୁର ଅଞ୍ଚଳର ବିକାଶ ଓ ଶୈକ୍ଷିକ ସୁବିଧା ପହଂଚାଇବା ପାଇଁ ଏକ ଅଭିନଵ ପ୍ରୟାସ କରାଯାଇଛି | ଏହି ଅଞ୍ଚଳ ଦିନକୁ ଦିନ ବିକାଶର ମୁଖ୍ୟସ୍ରୋତ କୁ ଅସୁଥୁବାରୁ ନିହାତି ଭାବରେ ଶିକ୍ଷାବିନା ଏହା ସମ୍ଭବ ହୋଇ ପାରିବ ନାହିଁ ତେଣୁ ଏହି ପଦକ୍ଷେପକୁ ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ଭୁରିୟସୀ ପ୍ରଶଂସା କରାଯାଇଛି | ପ୍ରକାଶ ଥାଉକି ଦୁର୍ଗମ ଜାନକୀର୍ଣ୍ଣା ଅଞ୍ଚଳାକୁ ଯାତାୟାତ ର ବିଶେଷ ସୁବିଧା ନ ଥିବାରୁ ସ୍ଥାନୀୟ ସାଧାରଣ ଜନତା ଓ ସାଧୁ ସନ୍ଥ ଙ୍କ ସହଯୋଗରେ ସଙ୍ଗମ ସ୍ଥଳରେ ଏକ ଆଶ୍ରମ ପ୍ରତିଷ୍ଠା କରାଗଲା ଯାହା କି ଆଜି ଜନ କଲ୍ୟାଣ ଆଶ୍ରମ ନାମରେ ବିଖ୍ୟାତ ଅଟେ |
ଏହି ଆଶ୍ରମର ପୀଠଦୀଶ ଶ୍ରୀ ଜଣାକାନନ୍ଦ ଗିରୀ ଙ୍କ ଆଦେଶରେ ପରିଚାଳିତ ହୁଏ | ଏହାର ଲକ୍ଷ ଅଞ୍ଚଳର ଜନ ସାଧାରଣ ସୁସ୍ଥ ଓ ଶିକ୍ଷାର ଲାଭ ପାଇବା ପାଇଁ ଏହି ଆଶ୍ରମ ଦୀର୍ଘ ୨ ବର୍ଷ ହେବ କାର୍ଯ୍ୟରେ ଲାଗି ରହିଥିବା ଜଣା ପଡିଛି | ସେହିଭଳି ଆଗାମୀ ଦିନରେ ଦୁରକୁ ଦୁର୍ଗମ ପାହାଡ଼ ଜଙ୍ଗଲ ଅତିକ୍ରାନ୍ତ କରି ଯାଇ ନ ପାରି ଅଧାରୁ ପାଠ ଛାଡି ଗୋ ପାଳକ, ଶ୍ରମିକ, ଦାଦନ ଖଟିବାକୁ ଯାଇ ଜୀବନକୁ ବେକାର କରୁଥୁବାରୁ ତାଙ୍କ ଭବିଷ୍ୟତ କୁ ଥଇଥାନ କରିବା ପାଇଁ ବେଲମଗୁଡା ନିକଟସ୍ଥ ବୋକାଗୁଡା ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ଆଶ୍ରମର ଟ୍ରଷ୍ଟି ବୋକାଗୁଡା, ବେଲମଗୁଡା, ଚନ୍ଦ୍ରପୁର, ହନୁମାନ୍ତପୁର ଅଞ୍ଚଳର ଶତାଧିକ ଲୋକମାନେ ବସି ନିଷ୍ପତି ନେଇ ଚଳିତ ଶିକ୍ଷା ବର୍ଷରେ ନବମ, ଦଶମ ଶ୍ରେଣୀ ଆରମ୍ଭ କରାଯିବ ବୋଲି ସର୍ବ ସମତି କ୍ରମେ ଗୃହୀତ ହେଇଥିବା the leend ସୁନାମ ଧନ୍ୟ ପତ୍ରିକା ସମ୍ପାଦକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟ ପଣ୍ଡା ପ୍ରକାଶ କରିଛନ୍ତି |
ଚଳିତ ବର୍ଷ ଗ୍ରାମ ଗ୍ରାମ ବୁଲି ବିଦ୍ୟାର୍ଥୀ ସଂଗ୍ରହ କରାଯିବ ଓ ଶିକ୍ଷାଦାନର ବ୍ୟବସ୍ଥା ଆଶ୍ରମ ତରଫରୁ କରାଯିବ ବୋଲି ଟ୍ରଷ୍ଟି ମାନେ କହିଛନ୍ତି | ଏହି ବୈଠକରେ ମିଟ୍ସ କଲେଜ ର ମୁଖ୍ୟ ବାଳକୃଷ୍ଣ ପଣ୍ଡା,ବସନ୍ତ ଦେବ,ସମାଜସେବୀ ପ୍ରଶାନ୍ତ ସାଥପତି,ସୁଶୀଲ ନେମ୍ୱଲପୁରୀ, ଗାୟତ୍ରୀ ସାଧକ ପ୍ରଳୟ ସାହୁ ଓ ଆଶ୍ରମର ଅନ୍ୟ ଅନ୍ତେବାସୀ ମାନେ ଯୋଗଦେଇଥିଲେ |