Breaking News
12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା

ମେଟ୍ରିକ ଟପରଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

30 0

ବୌଦ୍ଧ:୨୫ା୫(ଚିତ୍ତରଞ୍ଜନ ସିଂହ)ଅଦ୍ୟ ତା ୨୫.୦୫.୨୦୨୩ ରିଖ ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ମେଟ୍ରିକ ପରୀକ୍ଷାରେ ବୌଦ୍ଧ ଜିଲାର ଏ-୧ ଗ୍ରେଡ ହାସଲ କରିଥିବା ୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସମସ୍ତ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଛ,ଉପଢୌକନ ଓ ଉପାଦେୟ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଲା ଶିକ୍ଷାଧିକାରୀ ଡଃ. ଉଦୟନାଥ ମାଝୀ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲାପାଳ ସତ୍ୟରଂଜନ ସାହୁ, ସାଂସଦ ପ୍ରତିନିଧି ତାରେଣି ମହାପାତ୍ର,ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର, ଜିଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ରବିନ୍ଦ୍ରନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅର୍ପିତା ପ୍ରିୟଦର୍ଶିନୀ ଏବଂ ଅପର୍ଣ୍ଣା ମହାପାତ୍ର, ରାଜେନ୍ଦ୍ର ନାରାୟଣ ବିଦ୍ୟାଳୟ ଧଳପୁର ର ଦୁଇ ଯମଜ ଭାଇ ଓମପ୍ରକାଶ ହୋତା ଏବଂ ସତ୍ୟପ୍ରକାଶ ହୋତା, ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟ ମନମୁ୍‌ଣ୍ଡାର ସାନିଆଁ ଦେହୁରୀ,ବାଉଁଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଲିଭା ମହାକୁଳ,ମା ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ ଘଣ୍ଟାପଡା ର ସାଗର ମଲ୍ଲିକ୍ ଓ ଜନତା ଉଚ୍ଚବିଦ୍ୟାଳୟ ଆମ୍ବ ଗାଁ ର ପପୁ ପ୍ରଧାନ ।

ଜୀବନରେ ଜଣେ ସଫଳ ମଣିଷ ହେବା ସହିତ ଜିଲାର ନାମକୁ ଗୌରବାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ଶ୍ରୀ ସାହୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେର. ଇିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ,ସିଆରସିସି ସନ୍ତୋଷ କର୍ଣ୍ଣ ଓ ଲାଇବ୍ରେରିଆନ ଅକ୍ଷୟ ମହାକୁଡ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Related Post

ବେଆଇନ ଲିଙ୍ଗ ନିରୁପଣ ରୋକିବାକୁ ଜିଲା ଉଦଦେଷ୍ଟା କମିଟି ବୈଠକ

Posted by - June 1, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ପାଇଁ ଜିଲ୍ଲା ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ :- ପୋଲିସ ଡିଜି ଅଭୟ

Posted by - April 4, 2020 635
ଭୁବନେଶ୍ୱର: ଶଟଡାଉନ୍ ସମୟରେ ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ରାଜ୍ୟ ପୋଲିସ ପ୍ରଶାସନ କରୋନା ନାଁରେ ଗୁଜବ କିମ୍ବା ବିଭ୍ରାନ୍ତି ସୃଷ୍ଟି ନ କରିବାକୁ ସବୁବେଳେ…

ମୃତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ମାନ୍ୟତା ଓ ତାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିବାକୁ ଦାବି କଲା ଓଡିଶା ସାମ୍ବାଦିକ କଲ୍ୟାଣ ସଙ୍ଗଠନ

Posted by - July 25, 2020 0
ଭୁବନେଶ୍ବର :ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କରୋନାର ବାରୁଦ ଗଦା ଉପରେ ଠିଆ ହୋଇଛି । ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ…

ହରଭଙ୍ଗା ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

Posted by - November 5, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି l ହଜାର ହଜାର…

ଅମିତ ହେଲେ ଓଡିଶା ମୋ ପରିବାର ସଂଯୋଜକ

Posted by - April 19, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଓଡ଼ିଶା ମୋ ପରିବାର ର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ…