ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ପଞ୍ଚାୟତ ଦୁର୍ଗମ ଅଞ୍ଚଳ କୁ ବୁଧବାର ଦିନ ହଟାତ ବୌଦ୍ଧ ଜିଲ୍ଲାପାଳ ଉକ୍ତ ଦୁର୍ଗମ ଅଞ୍ଚଳ ଗ୍ରାମ ଗୁଡିକରେ ପହଁଚି ସିଧାସଳଖ ଗ୍ରାମବାସୀ ଙ୍କ ସହ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ଯୋଜନା ଗୁଡିକ ଉପରେ ଜିଲ୍ଲାପାଳ ସମୀକ୍ଷା କରିବା ସହ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବାଜଣାପଡିଛି l ପ୍ରଥେମେ ଜିଲ୍ଲାପାଳ ସତ୍ୟ ରଂଜନ ସାହୁ କାଚପାଜୁ ପ୍ରାଥମିକ ବିଦ୍ୟାଳୟ ନିକଟରେ ପହଁଚି ଗ୍ରାମବାସୀ ଙ୍କ ସହ ସିଧାସଳଖ ଗ୍ରାମର ବିଦ୍ୟାଳୟ ଶିକ୍ଷାଦାନ ଠୁ ଆରମ୍ଭ କରି, ସ୍ୱସ୍ଥ୍ୟ,ପାନୀୟ ଜଳ, ଆବାସ ଯୋଜନା, ଟେଲି ସେବା,ଭତା, ପିଡ଼ିଏସ, ସ୍ଥାନୀୟ ବାସିନ୍ଦା ଙ୍କ ଜୀବନ ଜୀବିକା ଉପରେ ଥିବା ସମସ୍ତ ସମସ୍ୟା ପଚାରି ବୁଝିବା ସହ ଅସୁବିଧା ର ତୁରନ୍ତ ସମାଧାନ ପାଇଁ ,ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ପରେ ଏହି ଅଂଚଳ ର କଣ୍ଡରା, କାଜପାଜୁ, ସୁଲକେଟି, ବଙ୍କପାଜୁ,କୁ ଆଦି ୫ ଟି ଘାଟି ପାହାଡ଼ ଡେଇଁ ଦୀର୍ଘ ୧୪ କିଲୋମିଟର ଗଲେ ଗାଁକୁ ଯିବାକୁ ହୋଇଥାଏ l
କିନ୍ତୁ ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ ଖଣ୍ଡେ ସ୍ଥାୟୀ ରାସ୍ତା ନଥିବାରୁ, ଗ୍ରାମବାସୀ ସରକାର ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ରହୁଉଥିବା ବେଳେ ବିଶେଷ କରି ସ୍ୱସ୍ଥ୍ୟ, ଶିକ୍ଷା, ଗମନା ଗମନ କ୍ଷେତ୍ର ରେ ପଛରେ ରହୁଛନ୍ତି l ଏବଂ ଜରୁରୀ କାଳୀନ ସମୟ ରେ ଆମ୍ବୁଲାନ୍ସ, ଦମକଳ, ଜନନୀ ସୁରକ୍ଷା ଭଳି ଯୋଜନା ତାଙ୍କ ପାଇଁ ସପନ ହୋଇଯାଇଛି ବୋଲି ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା ବେଳେ ତୁରନ୍ତ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୪ ଖଣ୍ଡ ଗ୍ରାମବାସୀ ନିବେଦନ କରିଥିଲେ l ଏପରିକି ଜିଲ୍ଲାପାଳ ମଧ୍ୟ ଗ୍ରାମକୁ ରାସ୍ତା ହିଁ ମୁଖ୍ୟ ବାଧକ ବୋଲି ସ୍ୱୀକାର କରିବାସହ ଉକ୍ତ ଗ୍ରାମକୁ ୧୩ କିଲୋମିଟର ପର୍ଯ୍ୟନ୍ତ ଏକ ସ୍ଥାୟୀ ରାସ୍ତା ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଜିଲ୍ଲାପାଳ ଙ୍କ ଏଭଳି ପଦକ୍ଷେପ କୁ ମଧ୍ୟ ଦୁର୍ଗମ ବାସି ବେଶ ପ୍ରଶଂଶିତ କରିଥିବା ଜଣାପଡିଛି l
ଏପରିକି ଗ୍ରାମବାସୀ ଙ୍କ ପାଇଁ ମାଛ,କୁକୁଡ଼ା, ଛେଳି ଭଳି ଉନ୍ନତ ମାନର ଚାଷ ପାଇଁ କିପରି ସରକାରୀ ପ୍ରୋତ୍ସାହନ ସହାୟତା ସହିତ ଦୁର୍ଗମ ଅଞ୍ଚଳ ରୁ ମିଳୁଥିବା ଜଙ୍ଗଲ ଜାତ ଦ୍ରବ୍ୟ ହଳଦୀ, ଅଦା ସୋରିଷ, ଆମ୍ବ, ପଣସ ଆଦି ଅତ୍ୟଧିକ ଉତ୍ପାଦନ ଦିଗରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ l ଏବଂ ଖଜୁରୀ ସଂଗ୍ରହ କରି କିପରି ଗୁଡ଼ ତିଆରି ହୋଇପାରିବ ସେନେଇ ଗ୍ରାମବାସୀ ଙ୍କୁ ପରାମର୍ଶ ଦେଇଥିଲେ l ସମସ୍ୟା ର ଆଲୋଚନା ପରେ ସଂଗେ ସଂଗେ ୫ ଜଣ ଙ୍କୁ ଭତା ବଣ୍ଟନ, ଏକ ଅସହାୟ ବୃଦ୍ଧା ଗୋପ ଦେହୁରୀଙ୍କୁ ଝାଡ଼ରାଜିଙ୍ଗ ବୃଦ୍ଧାଶ୍ରମ କୁ ପଠାଇଥିଲେ l ଏହି ପରିଦର୍ଶନ ରେ ଜିଲ୍ଲାପାଳ ଙ୍କ ସମେତ ପି ଡି ଅଶ୍ୱନୀ ମେହେର, ଡି ଏଫ ଓ ଦେବ ପ୍ରିୟ କମ୍ପ, ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ,ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଓ ଜିଲ୍ଲା ର ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ l