ମିରାବାଲିରେ ବ୍ଲକ୍ ସ୍ତରୀୟ MPL କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

27 0

ରାୟଗଡ଼ା ବ୍ଲକ୍ ମୀରାବାଲି ଗ୍ରାମ ପଞ୍ଚାୟତ ର ମୀରାବାଲି ଠାରେ MPL କ୍ରିକେଟ୍ ଆସୋସିଏସନ୍ ତରଫରୁ ବ୍ଲକ୍ ସ୍ତରୀୟ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟ  ରେ ମୁଖ୍ୟ ଅତିଥି ରୂପେ ଆଦିବାସୀ ଯୁବ ନେତା ତଥା ଚାଷୀ ଏକତା ପରିଷଦ ର ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ପରେ ଖେଳାଳି ଙ୍କୁ ପରିଚୟ ପ୍ରଦାନ୍ କରିବା ସଙ୍ଗେ ଶାନ୍ତି ଶୃଙ୍ଖଳା ରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ

ଏହି ଟୁର୍ନାମେଣ୍ଟ ରେ ୩୨ ଟି ଦଳ ଭାଗ ନେଇଥିବା ଦେଖିବାକୁ ମିଳିଛି। ଏହି ପ୍ରଥମ ଖେଳରେ ଖିଞ୍ଜିଲିଂ ଏବଂ ତେଡ଼ା ମଧ୍ୟରେ ଖେଳିଥିଲେ ଏଥିରେ ତେଡା ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୦୮ ରନ ସଂଗ୍ରହ କରି ଖିଂଜିଲିଂ କୁ ପରାସ୍ତ କଲେ। ଏହି ଟୁର୍ନାମେଣ୍ଟ ର ମୀରାବାଲି ଗ୍ରାମର ଯୁବଗୋଷ୍ଠୀ ଙ୍କ ସହ ସଂଗଠିତ ହେଇ ପିଣ୍ଟୁ ରତ୍ନାଲୁ ଙ୍କ ନେତୃତ୍ୱରେ ଆୟଜିତ ହେଇଥିଲା

ଏଥିରେ ସମ୍ମାନିତ ଅତିଥି ରୁପେ ସ୍ଥାନୀୟ ସରପଞ୍ଚ ଅଶୋକ ପୁଆଲା ଯୋଗ ଦେଇଥିଲେ ତତ୍ ସଙ୍ଗେ ଚାଷୀ ଏକତା ପରିଷଦ ର ସାଙ୍ଗଠନିକ ସମ୍ପାଦକ ପ୍ରୀତମ୍ କୁମାର୍, ସମ୍ପାଦକ ଶଙ୍କର ନାଇଡ଼ୁ, ଟାଉନ୍ ଉପ ସଭପତି ନିରଞ୍ଜନ ବିଡ଼ିକା ଓ ଯୁବ ସଂଗଠକ ଧର୍ମେନ୍ଦ୍ର ନାଏକ, କଟେଶ୍ୱର୍ ଗାଣ୍ଠା ଏବଂ ଗ୍ରାମର ସଚେତନ ଯୁବ ଗଷ୍ଟି ଓ ପୋଡ଼ଶି ଗ୍ରାମର ସୁବାରାଓ ବାଚେଲି, ଚକ୍ର ପାଣି ଙ୍କ ସମେତ ବ୍ଲକ୍ ବିଭିନ୍ନ ଅଂଚଳରୁ ଶତାଧିକ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ

Related Post

ସିନ୍ଧେକେଲା ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଖେଳରେ ରାୟଗଡ଼ା ସେମିଫାଇନାଲରେ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲୀ ଶ୍ରୀନୋଡାଲ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ଡେଜଳିଙ୍ଗ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଗତ ୭…

ଜାତୀୟ ଓପନ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ ଗଲେ ଟିଟିଲାଗଡ କରାଟେ ଆସୋସିଏସନର ୫ ସଦସ୍ୟ

Posted by - December 16, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ନେତାଜୀ ଇଣ୍ଡୋ ଷ୍ଟାଡିୟମ୍ ରେ ୧୭ ଓ ୧୮ ଡିସେମ୍ବର ୨୦୨୨ ରେ ହେବାକୁ ଥିବା କରାଟେ world cup 2022 ରେ…

ଯାଜପୁର ଖଣ୍ଡିତର କବାଡି ଷ୍ଟାଡିୟମରେ ଆସନ୍ତା ଜୁନ ୧୩ ତାରିଖରେ ଆରମ୍ଭ ହେବ ୬୪ତମ ସର୍ବଭାରତୀୟ କବାଡି ପ୍ରତିଯୋଗୀତା

Posted by - June 7, 2019 3
ଯାଜପୁର: ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତା ରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ରୁ ଉର୍ଦ୍ଧ ଦଳ ଅଂଶଗ୍ରହଣ କରିବେ । ଆସନ୍ତା…

ପ୍ରଦୀପ ବେହେରା ସ୍ମାରକି କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Posted by - March 11, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ଗ୍ରାମର ବାଣପୁର ପଡିଆରେ ପ୍ରଦୀପ ବେହେରା ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…

ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ କବାଡ଼ି ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

Posted by - January 28, 2023 0
ଯାଜପୁର:ଯାଜପୁର ବ୍ଳକ୍ ଭୁବନେଶ୍ୱରପୁର ପଂଚାୟତସ୍ଥ ଉତ୍କଳ ଯୁବ ପରିଷଦ କବାଡ଼ି ପଡ଼ିଆରେ ଚତୁର୍ଥ ଅଲ୍ ଓଡ଼ିଶା ଅଶୋକ ଦାସ ମେମୋରିଆଲ୍ ପୁରୁଷ ଓ ମହିଳା କବାଡ଼ି ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ ଯାଜପୁର ପୌର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ବ୍ଳକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ାଙ୍କ ସହ ଯାଜପୁର ଜିଲ୍ଲାର ସମସ୍ତ ବ୍ଳକ୍‌ର ପଂଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପ୍ରମୁଖ ଏହି କବାଡ଼ି ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ତୁଷାରକାନ୍ତ ପରିଡ଼ା, ସରପଂଚ ମନଦୀପା ରାୟ, ୩୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁନୀତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାଜ୍ୟସ୍ତରୀୟ ଦିବାରାତ୍ର କବାଡ଼ି ଟୁର୍ଣ୍ଣାମେଂଟରେ କିଟ୍‌, କଟକ, ଜଗତ୍‌ସିଂହପୁର, ଅନୁଗୁଳ ଆଦି ଅଂଚଳର ୮ଗୋଟି ପୁରୁଷ ଦଳ ଓ ୮ଗୋଟି ମହିଳା ଦଳ ଯୋଗ ଦେଇଛନ୍ତି । ଆସନ୍ତା ୨୯ତାରିଖରେ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।