ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭୟଙ୍କର ଦୁର୍ଘଟଣା।ଜଣେ ପୋଲିସ କର୍ମଚାରୀ ସମେତ ଡ୍ରାଇଭର ମୃତ lମର୍ମତୁନ୍ତ ସଡ଼କ ଦୁର୍ଘଟଣା।ଛାତିଥରା ଦୃଶ୍ୟ।ଆଉ ୧୫ କିମି ଯାଇଥିଲେ ପହଞ୍ଚିଥାନ୍ତେ ପୋଲିସ କାର୍ଯ୍ୟଳୟରେ। କମଲପୁର ନିକଟରେ ଟ୍ରକ ଓ ବୋଲେରୋ ମଧ୍ୟରେ ଧକ୍କା, ଦୁଇ ମୃତ ଦୁଇ ଗୁରୁତର। ବୌଦ୍ଧ ଜିଲ୍ଲା ଦେଇଯାଇଥିବ ଜାତୀୟ ରାଜପଥ ୫୭ ର ବୌଦ୍ଧ ଥାନା କମଲ୍ ପୁର ନିକଟରେ ଆଜି ଭୋର୍ ସକାଳ୪ ଘଣ୍ଟା ସମୟରେ ଏକ ଟ୍ରକ ଓ ବଳେରୋ ମଧ୍ୟରେ ମୁଂହାମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁନୀ ଥାନା ପୋଲିସ ଏକ ବଲେରୋ OD 03 E 5163 ଏକ ବ୍ୟକ୍ତିଗତ ବଲେରୋ ଯୋଗେ କଟକ ଅଞ୍ଚଳକୁ ଏକ ୱାରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ସୋନପୁର ପଟରୁ ଆସୁଥିବା ଏକ ମାର୍ବଲ ବୋଝେଇ ଟ୍ରକ OD 25 M 0095 ସହ କମଳପୁର ନିକଟରେ ମୁଂହାମୁହିଁ ଧକ୍କା ହୋଇଥିଲା।ଫଳରେ ବଲେରୋ ଡ୍ରାଇଭର ବାଉଂଶୁନି ଗଡଭିତରର ପ୍ରଶାନ୍ତ ରଣା ଓ ଗାଡିରେ ବସିଥିବା ହୋମ ଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।
ସେହିପରି ବାଉଂଶୁଣି ଥାନାର ଏ ଏସ ଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତ ସାହୁ ଗୁରୁତର ଆହତ ହୋଇଛନ୍ତି।ଅନ୍ୟଜଣେ କନେଷ୍ଟ ବଳ ଉଦୟନାଥ ଜାନି ସାମାନ୍ୟ ଆହତ ହୋଇଛନ୍ତି।ଉଭୟ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ବାଉଂଶୁଣୀ ପୋଲିସ ଓ ବୌଦ୍ଧ ପୋଲିସ ପହଞ୍ଚି ଘଟଣା ର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।