କେସିଙ୍ଗା: ୨୩/୫( ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ବୁଢ଼ାଡଙ୍ଗର ପାହାଡ ଉପରେ ଥିବା ଧବଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ହେବାକୁ ଥିବା ଶୀତଳ ଷଷ୍ଠୀ ପାଇଁ କେସିଙ୍ଗା ସହର ଉତ୍ସବ ମୁଖର ହୋଇଉଠିଛି ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ବାହାଘର ପାଇଁ ଶିବ ଭଗବାନ ଙ୍କ ପିତା ଯୁବରାଜ ବାଗ ହୋଇଥିବା ବେଳେ ଯୁବରାଜ ଙ୍କ ପତ୍ନୀ ଗୋଲାପି ବାଗ ଶିବଙ୍କ ମାଆ ହୋଇଛନ୍ତି।
ସେହିପରି ମାତା ପାର୍ବତୀ ଙ୍କ ବାପା କୃଷ୍ଣ ଚନ୍ଦ୍ର ଦୋରା ହୋଇ ଥିବା ବେଳେ କୃଷ୍ଣ ଚନ୍ଦ୍ର ଙ୍କ ପତ୍ନୀ ଯଶୋବନ୍ତ ଦୋରା ମାତା ପାର୍ବତୀ ଙ୍କ ମାଆ ହେଉଛନ୍ତି। ଶୀତଳ ଷଷ୍ଠୀ କମିଟି ତରଫରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇ ଯାଇଛି।କମିଟି ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୫ ଟା ସମୟରେ କେସିଙ୍ଗା ନଗର ପରିକ୍ରମା କାର୍ଯ୍ୟ କ୍ରମ ଥିବାବେଳେ ରାତ୍ର ୮ ଘଣ୍ଟା ସମୟରେ ପ୍ରସାଦ ସେବନ ବ୍ୟବସ୍ଥା ରହିଛି।ପୂଜକ ଭାବରେ ପଞ୍ଚାନନ ସେନାପତି କାର୍ଯ୍ୟ ତୁଲାଇବେ। କେସିଙ୍ଗା ଜନସାଧାରଣ ଙ୍କୁ ବିବାହ ଉତ୍ସବ ରେ ଯୋଗଦାନ କରିବା ପାଇଁ କମିଟି ଓ ଶିବ ଭଗବାନ ଙ୍କ ପିତା ମାତା ଓ ମା ପାର୍ବତୀ ଙ୍କ ବାପା ମାଆ ଅନୁରୋଧ କରିଛନ୍ତି।