କେସିଙ୍ଗା:(ପ୍ରିତେଶ୍ ପଟେଲ୍) ଅଧିବାସ ସମାରୋହରେ ବିଶାଳ କଳସ ଯାତ୍ରା । କେସିଙ୍ଗା ବ୍ଲକ କଶୃପଡ଼ା ଗ୍ରାମରେ ଜଗନ୍ନାଥ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଅଧିବାସ ମହାସମାରୋହରେ କଳସ ଯାତ୍ରା ହୋଇଯାଇଛି । ଏହି କଳସ ଯାତ୍ରା କଶୃପଡା ଭଗବାନ ଜଗନ୍ନାଥ ମନ୍ଦିର ରୁ ଗ୍ରାମର କରୁଣା ସାଗର ଯାଏଁ ଅନୁଷ୍ଠିତ ହୋଇଥିଲା ।ଉକ୍ତ କଳସ ଯାତ୍ରା ରେ କେସିଙ୍ଗା ବ୍ଲକ ଅଞ୍ଚଳର କିନେରକେଲା, ଘଟପଡା, ବିନେକେଲା , ରେଙ୍ଗାଲି ,ସିଂଝରଣ, ସୁକୁନାଭଟ୍ଟା, କନ୍ତେଶିର , କଶୃପଡା ଏବଂ କେସିଙ୍ଗା ରୁ ମଧ୍ୟ ପାଖାପାଖି ୬୦୦ ମହିଳା କଳସ ଯାତ୍ରା ରେ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ନୀଳାଚଳ ଧାମ ପୁରୀ ରୁ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ମଠର ପ୍ରତିଷ୍ଠିତ ପଣ୍ଡିତ ମାନଙ୍କ ଦ୍ଵାରା ଅଧିବାସ କାର୍ଯ୍ୟକ୍ରମ ସମାପନ ହୋଇଥିଲା । କଳସ ଯାତ୍ରା ସମୟରେ କେସିଙ୍ଗା ପୋଲିସ , ବିଦ୍ୟୁତ୍ ବିଭାଗ ଏବଂ ଅଗ୍ନିଶମ ବିଭାଗ ର ସହଯୋଗରେ ଶାନ୍ତି ଶୃଙ୍ଖଳା ଭାବେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏହି ନୂତନ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଚତୃଦ୍ଧା ମୂର୍ତ୍ତି ଙ୍କ ପ୍ରାଣ ପ୍ରତିଷ୍ଠା ତା ୨୩/୦୫ ୨୩ ରୁ ତା ୩୧/୦୫/୨୩ ପର୍ଯନ୍ତ୍ ଚାଲିବ।