ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ପ୍ରତାପ କୁମାର ସାହୁ ୫୭ ବଷ ବୟସ ରେ ଗତକାଲି ୨୨ ତାରିଖ ରାତ୍ର ୧୦.୪୫ ମିନିଟ ସମୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥା ରେ ଇହଧାମ ତ୍ୟlଗ କଲେ l ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରାଜା, ଝିଅ, ଲକୀ ଏବଂ ଧର୍ମପତ୍ନୀ ସ୍ଵର୍ଣ୍ଣଲତା ଙ୍କ ପରିବାର ସଦସ୍ୟ ତଥା ଛତରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଓ ବିଦ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।
ସେ ଜଣେ ମେଲାପି ଛାତ୍ରବସଲ ସହକର୍ମୀ, ଅଭିଭାବକ, ବନ୍ଧୁ,ସହୋଦର ଓ ପାଖ ପଡୋଶୀଙ୍କ ଅତି ଆପଣାର ତଥା ହିନ୍ଦୀ ସାର ଭାବେ ବେଶ ପରିଚିତ। ଶ୍ରୀ ପ୍ରତାପ କୁମାର ସାହୁ ୧୯୯୧ ମସିହା ରୁ ଛତରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ହିନ୍ଦୀ ଭାବା କାଯ୍ୟରତ ଥିଲେ। ତାଙ୍କ ପରଲୋକ ଖବର ରେ ସମଗ୍ର ଅଞ୍ଚଳ ରେ ଶୋକାକୁଳ ଦୁଃଖଦପରିବେଶ ହୋଇଥିଲା I ପୁରୁଣାକଟକ ଗ୍ରାମ୍ୟ ମଶାଣୀରେ ତାଙ୍କର ପୁଅ ରାଜା ମୁଖାଗ୍ନି ଦେଇଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଏବଂ ସ୍ତ୍ରୀ ସ୍ବର୍ଣ୍ଣଲତା ଭାଇ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।