ହରଭଙ୍ଗା :୨୩ /୦୫ (ଚିତ୍ତରଞ୍ଜନ ସିଂହ)ଜାତୀୟ ରାଜପଥ ନମ୍ବର୍ ୫୭ ର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମ ନିର୍ମାଣାଧିନ ଟୋଲ ଗେଟ୍ ନିକଟରୁ ଗତକାଲି ଏକ ଗ୍ଲେମୋର୍ ବାଇକ୍ ସହ ଜବତ୍ ହୋଇଥିବା୨୨ କେଜି ୧୦୦ ଗ୍ରାମ୍ ଗଂଜେଇ ଜବତ୍ ମାମଲାର ୩ ଅଭିଯୁକ୍ତଙ୍କୁ ବୌଦ୍ଧ ଥାନା ପୋଲିସ କୋର୍ଟ ଚାଲାଣ କରିଛି | ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ହରେକୃଷ୍ଣପୁର ଅଂଚଳରୁ ରେଢାଖୋଲ ଅଂଚଳକୁ ଗଂଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ରାମ୍ଭିକଟା ନିର୍ମାଣାଧିନ ଟୋଲ ଗେଟ୍ ନିକଟରେ ପୋଲିସ୍ ଟିମ୍ ଛପି ରହିଥିଲେ l
ହରେକୃଷ୍ଣପୁର ପଟରୁ ବୌଦ୍ଧ ଆଡକୁ ଆସୁଥିବା ଗ୍ଲେମୋର୍ ବାଇକ୍ OD 12 A 3520 କୁ ଅଟକାଇ ଯାଞ୍ଚ କରିବାରୁ ୨ ଟି ଜରି ବ୍ୟାଗରେ ଗଂଜେଇ ଥିବା ଜଣା ପଡିଥିଲା l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ୨୨ କେଜି ୧୦୦ ଗ୍ରାମ୍ ହୋଇଥିଲା | ବାଇକରେ ଥିବା ୩ ଜଣ ଯୁବକଙ୍କୁ ପୋଲିସ୍ ଗିରଫ କରି ଥାନାକୁ ଆଣି ପଚରାଉଚୁରା କରିଥିଲା l ଗିରଫ ୩ ଅଭିଯୁକ୍ତ ହରେକୃଷ୍ଣପୁର ଗ୍ରାମର ରଂଜନ ବେହେରା, ପୁରୁଣାକଟକ ଥାନା ଲଣ୍ଡରିଜୋର୍ ଗ୍ରାମର ସଞ୍ଜୟ ବେହେରା ଓ ଚାରିଛକ କାଠ ଡିପୋ ସାହିର ସଲମାନ ଖାନ୍ କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ସୂଚନା ଦେଇଛନ୍ତି l