କେସିଙ୍ଗା:୨୨/୦୫ (ପ୍ରିତେଶ ପଟେଲ୍)ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଙ୍କ ନିର୍ଦ୍ଦେଶ କ୍ରମେ ତାଲୁକ ଆଇନ ସେବା ସମିତି କେସିଙ୍ଗା ଙ୍କ ତରଫରୁ ଏକ ଡୋର ଟୁ ଡୋର କେମ୍ପେନ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ଆୟୋଜନ କରାଯାଇ ଥିଲା।କେସିଙ୍ଗା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ତଥା ଗ୍ରାମାଞ୍ଚଳରେ ବସବାସ କରୁଥିବା ସମସ୍ତ ଡିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ କଣ ସବୁ ସରକାରୀ ସୁବିଧା ଅଛି ତଥା ଯଦି ସେମାନେ ସେଥିରୁ ବଞ୍ଚିତ ତାହାହେଲେ କିପରି ସେମାନଙ୍କୁ ସମସ୍ତ ସରକାରି ସହାୟତା ଉପଲବ୍ଧ କରାଯାଇ ପାରିବ।
ଆଇନ ସେବା ପ୍ରାଧିକରଣ ର ଅଧିନିୟମ୧୯୮୭ ର ଧାରା୧୨ ଅନୁସାରେ ମାଗଣା ଆଇନ ସେବା ପାଇବାର ହକଦାର ଅଟନ୍ତି ତାହା ଆଜି ଘର ଘର ବୁଲି ଲୋକଙ୍କୁ ସଚେତନ କରାଯାଇ ଥିଲା।କାର୍ଯ୍ୟାଳୟ ପକ୍ଷରୁ ଓକିଲ ଓ ପାରାଲିଗାଲ ଭୋଲେନଟିଅର ମାନଙ୍କୁ ନେଇ ଗଠିତ ଟିମ୍ ପ୍ରଥମ ଦିନ ଆଜି ଲ ଇ ତରା ,ବୋରିଆ ଏବଂ ଦେଓ ଗା ପଞ୍ଚାୟତ ରେ ଏହି ଅଭିଯାନ ର ଶୁଭାରମ୍ଭ କରାଯାଇ ଥିଲା। ଏହା ୨୨ ତାରିଖ ରୁ ଆରମ୍ଭ ହୋଇ ୨୯ ତାରିଖ ଯାଏଁ ଚାଲିବ।ପ୍ରଥମ ଦିନରେ ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶ ଦାତା ଶ୍ରୀ ଗୋଲକ ଚନ୍ଦ୍ର ପଟ୍ଟନାୟକ,ବରିଷ୍ଟ ଆଇନ ଯିବୀ ସୌମ୍ୟ ରଞ୍ଜନ ମିଶ୍ର,ପାରା ଲିଗାଲ ସ୍ୱେଚ୍ଛା ସେବୀ ସନ୍ତୋଷ ଦଣ୍ଡସେନା, ନୀଲମ ବାଗ ,କେଳୁଚରଣ ତାଣ୍ଡି ପ୍ରମୁଖ ପ୍ରତେକ୍ ଗାଆଁ ରେ ସର୍ବେ କରିଥିଲେ।