ଭବାନୀପାଟଣା:(ନରେନ୍ଦ୍ର ନେଗୀ)କନିଷ୍ଠ ସହାୟକ ମାନଙ୍କ ମୂଳ ଦରମା ଲେବେଲ୯ ଏବଂ ଗ୍ରେଡ଼ ପେ ୪୨୦୦ ଦାବିରେ ଆଜିଠାରୁ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଅମଲା ମାନେ କଳା ବ୍ୟାଚ ଲଗାଇ ପ୍ରତିବାଦ କରିଛନ୍ତି l ଭବାନୀପାଟଣା ଅମଲା ଭବନରେ ମିଳିତ ଅମଲା ମଞ୍ଚର ଏକ ଜିଲ୍ଲା ସ୍ତରୀୟ ଗୁରୁତ୍ୱପୂର୍ଣ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା l ଆଶୁତୋଷ ମିଶ୍ରଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ବୈଠକରେ ଜିତେନ୍ଦ୍ର କୁମାର ମୁଣ୍ଡ ଅଧ୍ୟକ୍ଷତା କରିଥିଲେ l
ମିଳିତ ଅମଲା ମଞ୍ଚ ପକ୍ଷରୁ କନିଷ୍ଠ ସହାୟକ ମାନଙ୍କ ମୂଳ ଦରମା ଲେବେଲ ୯ ଏବଂ ଗ୍ରେଡ଼ ପେ ୪୨୦୦ କରିବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ ଗତ 1 ତାରିଖ ଦିନ ଏକ ଚରମ ଦାବିପତ୍ର ପ୍ରଦାନ କରାଯାଇଥିଲା l ୨୧ ତାରିଖ ସୁଦ୍ଧା ମିଳିତ ଅମଲା ମଞ୍ଚର ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ସରକାର ସକାରାତ୍ମକ ପଦକ୍ଷେପ ନ ନେଲେ ଆସନ୍ତା ୨୨ ତାରିଖ ଠାରୁ ୩୧ ତାରିଖ ଯାଏ କଳା ବ୍ୟାଜ ପରିଧାନ କରିବା ପାଇଁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଥିଲା l
ହେଲେ ଏ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜିଠାରୁ କଳା ବ୍ୟାଜ ପରିଧାନ କରି କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଅମଲା ମାନେ ପ୍ରତିବାଦ ଜଣେଇଛନ୍ତି l ଆସନ୍ତା ୩୧ ତାରିଖ ଯାଏ ଅମଲା ମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ ଜଣେଇବେ l ନିର୍ଧାରିତ ସମୟରେ ସେମାନଙ୍କ ଦାବୀ ପୂରଣ ନ ହେଲେ ଜୁନ 1 ତାରିଖରୁ ସମସ୍ତ ଅମଲା ସାମୁହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଅଧ୍ୟକ୍ଷ ଜିତେନ୍ଦ୍ର ମୁଣ୍ଡ ଜଣେଇଛନ୍ତି l
ଅନୁଷ୍ଠିତ ବୈଠକରେ ଓଡିଶା ଅମଲା ସଂଘ, ଟ୍ରେଜେରି ଅମଲା ସଂଘ ସ୍ୱାସ୍ଥ୍ୟ ବିଭାଗ ଅମଲା ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ l
ଫଟୋ – ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଅମାଲାମାନେ କଳା ବ୍ୟାଜ ପରିଧାନ କରି ପ୍ରତିବାଦ କରୁଛନ୍ତି l