ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ରେଳ ଜଙ୍କସନ୍ ଉପରେ ଟିଟିଲାଗଡ ସହର, ପାଖ ଗ୍ରାମାଞ୍ଚଳ ତଥା ପଡୋଶୀ ଜିଲ୍ଲାର ବହୁ ଯାତ୍ରୀ ଗମନାଗମନ କରିବା ପାଇଁ ନିର୍ଭର କରିଥାନ୍ତି। ଯେହେତୁ ଟିଟିଲାଗଡ ରେଳ ଜଙ୍କସନ ଠାରୁ ଦେଶର ସମସ୍ତ କୋଣକୁ ରେଳ ଯୋଗେ ପହଞ୍ଚି ହୁଏ ସେଥିପାଇଁ ବହୁତ ଲୋକ ଏହି ରେଳ ଷ୍ଟେସନ ଉପରେ ନିର୍ଭର କରନ୍ତି।
ବହୁତ ଗୁଡ଼ିଏ ଏକ୍ସପ୍ରେସ ଏହି ବାଟ ଦେଇ ଯାଉଥିବା ବେଳେ ଖାସ କରି ଦୂର୍ଗ ପୁରି ଏକ୍ସପ୍ରେସରେ ଲୋକଙ୍କୁ ସିଟ ନ ମିଳିବା ଏବେ ନୀତି ଦିନିଆ ଘଟଣାରେ ପରିଣତ ହୋଇଗଲାଣି, ଯେହେତୁ ଏହି ଟ୍ରେନରେ ବହୁତ ଲୋକ ଯିବା ଆସିବା କରନ୍ତି ସେଥିପାଇଁ ପ୍ରାୟ ଦିନ ଟିକଟ ୱେଟିଂରେ ରହୁଥିବା ଯୋଗୁଁ ବହୁ ଲୋକ ଯିବାରୁ ବଞ୍ଚିତ ରହୁଛନ୍ତି। ସେହିପରି ବେଙ୍ଗେଲୋର୍ ଏକ୍ସପ୍ରେସରେ ମଧ୍ୟ ସମାନ ଅବସ୍ଥା।
ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅସ୍ଵିନି ବୈଷ୍ଣବଙ୍କୁ ଏହି ଟ୍ରେନ ଗୁଡିକରେ ଅଧିକ ବୋଗୀ ଯୋଡ଼ିବାକୁ ସାଧାରଣରେ ଦାବି କରିଛନ୍ତି। ଲୋକ ଯିବାକୁ ଚାହିଁଲେ ବି ସେମାନେ ଯାଇ ପାରୁ ନାହାଁନ୍ତି। ସେଥିପାଇଁ ଏହି ରୁଟରେ ଯାଉଥିବା ବେଶି ଟିକେଟ ୱେଟିଂ ରହୁଥିବା ଟ୍ରେନ ଗୁଡିକରେ ଅଧିକ ସଂରକ୍ଷଣ ବୋଗି ସଂଯୋଗ କରିବାକୁ ସାଧାରଣରେ ଦାବି ହେଉଛି।