ମନି ଗାଁ, ମହୁଲପଡା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ନାନାଝର ଖେଳ ପଡିଆରେ ସାଙ୍ଗଠନିକ ବୈଠକ

41 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ତଥା ଅଗ୍ରାଧିକାର ଦିଆନଯିବା ପ୍ରତିବାଦରେ ଏବେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସଦସ୍ୟ ମାନେ ଏବେ ସରକାରଙ୍କ ଆଖି ଖୋଲିବା ନିମନ୍ତେ ଏକଜୁଟ ହୋଇ ବିଭିନ୍ନ ପଞ୍ଚାୟତ ମାନଙ୍କରେ ବୈଠକ କରୁଛନ୍ତି। ଏହି ପରିପ୍ରେକ୍ଷିରେ ରବିବାର ଦିନ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାନାଝର ଖେଳ ପଡିଆରେ ମନି ଗାଁ, ମହୁଲ ପଡ଼ା ଓ ଶଗଡ଼ଘାଟ ପଞ୍ଚାୟତ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଓବିସି ମଞ୍ଚର ଶ୍ରୀ ମନୋଜ ହାତୀଙ୍କ ଆବାହକତ୍ୱରେ ସଭାପତି ଟିକେରାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ଓବିସି କୋଟାରେ ଦିଆଯାଉଥିବା ସଂରକ୍ଷଣ ପ୍ରତିଶତର ଭାଗ କାଟିବା ଯେମିତିକି ଶିକ୍ଷା, ଚାକିରି, ରାଜନୀତିରେ ୨୭ ପ୍ରତିଶତ ସଂରକ୍ଷଣ ଦିଆ ଯାଇଥିବା ବେଳେ କାର୍ଯ୍ୟକାରୀ ହେଉ ନ ଥିବା ତଥା ଏବେ ସମସ୍ତ ରାଜନୈତିକ ଦଳରେ ଜଣେ ସଫଳ ନେତା କିମ୍ବା ମନ୍ତ୍ରୀଙ୍କ ପଛରେ ଓବିସି ବର୍ଗର ନେତା ଥିବା ଦେଖିବାକୁ ମିଳେ, ସେଥିପାଇଁ ସମସ୍ତ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାରରେ ଓବିସି ବର୍ଗର ଲୋକଙ୍କ ପାଇଁ କଣ କଣ ବ୍ୟବସ୍ଥା କରାଯିବ ସବୁଦଳ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଆଜିର ବୈଠକରେ ଆଲୋଚନା କରଯାଇଥିଲା।

ଓବିସି ବର୍ଗର ଚାଲିଥିବା ସର୍ଭେର ସମୟ ସୀମା ବଢ଼ାଇବା ସହ ପ୍ରତି ପଞ୍ଚାୟତରେ ଓବିସି ଆବାସିକ ବିଦ୍ୟାଳୟ ଖୋଲାଯାଉ ବୋଲି ମତ ପ୍ରକାଶ ପାଇଥିଲା।ଲୋକଙ୍କ ଓବିସି ମଞ୍ଚ ଏହି ବୈଠକରେ ତୁଳସୀ ରାମ ସାହୁ, ବୀରବର ସାହୁ, ମୁନିରାମ ଖର୍ସେଲ, ଠନେନ୍ଦ୍ର ବାଗ, ଟିକେଲାଲ ବେହେରା, ସୀତାରାମ ସାହୁ, ବଳରାମ ଘିଭେଲା, ଅଭୟ ସାହୁ, ଲଳିତ ସାହୁ, ସରୋଜ କୁମାର ସାହୁ, ଖଗେଶ୍ବର ରଣା, ରମେଶ ବିଶି, ସଞ୍ଜିବ ସାହୁଙ୍କ ସମେତ ଏହି ଆୟୋଜକ ପଞ୍ଚାୟତର ବହୂ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Related Post

ଅମର୍ଦ୍ଦାରୋଡ ବଜାର କମିଟିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ଓ ନୂତନ କମିଟି ଗଠନ

Posted by - December 29, 2021 0
ବାଲେଶ୍ଵର: ଜିଲ୍ଲା ରୁ ପ୍ରଭାକର ମଲ୍ଲିକଅମର୍ଦ୍ଦାରୋଡ ବଜାର କମିଟିର  ବାର୍ଷିକ ସାଧାରଣ ଅଧିବେଶନ ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରେ ସ୍ଥାନୀୟ ମହାଦେବ ମନ୍ଦିର ସମ୍ମୁଖସ୍ଥ ହାଟପଡ଼ିଆ…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉନ ଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 31, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘଦିନ ଦିନହେଲା ANM ରହୁ ନ ଥିବା…

ଘାଟି ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକ ଓ ମେସିନ୍ ଅପରେଟର ଗୁରୁତର

Posted by - June 13, 2020 0
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ହରିଚନ୍ଦନପୁର, ନରଣପୁର ଠାରୁ ହରିଚନ୍ଦନପୁର ଭିଆଇପି ରାସ୍ତାର କୁଆଝରଣ ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ହିଟାଚି ମେସିନ୍ ବୋଝେଇ ଟ୍ରଲର, ଚାଳକଙ୍କ ସହ…

କୋଭିଡ ସଚେତନତା ରଥର ଶୁଭାରମ୍ଭ

Posted by - February 5, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆକ୍ସନଏଡ଼ ଏବଂ ଜ଼ିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟ ରେ 10 ଦିନିଆଁ ବୌଦ୍ଧ…

ସମ୍ବଲପୁରୀ ସଂଗୀତ ସମ୍ରାଟ ଫକିରମୋହନଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁରୀ ସଙ୍ଗୀତକୁ ବିଶ୍ବପ୍ରସାରୀ କରାଇବାରେ ଯଶସ୍ବୀ କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ତ ତାଙ୍କୁ ସମ୍ବଲପୁରୀ ସଂଗୀତ ସମ୍ରାଟ ବୋଲି ଶ୍ରୋତାମାନେ…