ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାଥର ଯନ୍ତ୍ରୀଙ୍କ ଅଦଳ ବଦଳ l ନନ୍ଦ କୂପ ନିର୍ମାଣ କରି ଶ୍ରମିକ ଜଣକ ହନ୍ତସନ୍ତ !
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡ଼ଙ୍ଗାସିଲ ପଞ୍ଚାୟତର କୁନ୍ଦୁରୁଶୀଳା ଗ୍ରାମରେ l 2018/19 ଆର୍ଥିକ ବର୍ଷ ଷ୍ଟେଟ ଫାଇନାନ୍ସ କୋମିଶନ ( SFC )ଯୋଜନା ରେ ଏକ ଲକ୍ଷ ଟଙ୍କାର ଏକ ନନ୍ଦ କୂପ ନିର୍ମାଣ ର ଆଦେଶ ପତ୍ର କୁନ୍ଦୁରୁ ଶିଳା ଗ୍ରାମର ସମୋନାଥ ମାଝିଙ୍କୁ ଦିଆ ହୋଇଥିଲା l ସେ ଉକ୍ତ କାର୍ଯ୍ୟ ଶେଷ କରି ଆଜକୁ ପ୍ରାୟ ପାଞ୍ଚ ବର୍ଷ ଶେଷ ହେଲା ପରେ ମଧ୍ୟ ଉକ୍ତ କାର୍ଯ୍ୟର ବିଲ ରାଶି ପାଇ ପାରି ନାହାନ୍ତି l ବର୍ତମାନ ଉକ୍ତ କାର୍ଯ୍ୟଟି ଜରାଜୀର୍ଣ୍ଣ ଅବସ୍ଥାରେ l
କାରଣ ହେଲା ଡ଼ଙ୍ଗାସିଲ ପାଞ୍ଚୟତରେ ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚ ଥର ଯନ୍ତ୍ରୀଙ୍କ ଅଦଳ ବଦଳ ହୋଇସାରିଛି l ସମନାଥ ମାଝୀଙ୍କ ବୟାନ ଅନୁଯାଇ ସେ ବାରମ୍ବାର ଡ଼ଙ୍ଗାସିଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ କାଶୀପୁର ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି l ପୁଣି କାର୍ଯ୍ୟ ଆରମ୍ଭ ବେଳେ ଯନ୍ତ୍ରୀଙ୍କୁ କିଛି ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି l
ଯେଉଁ ଯନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିଥଲେ ସେ ବର୍ତ୍ତମାନ ମଧ୍ୟ ଡ଼ଙ୍ଗାସିଲ ପଞ୍ଚାୟତରେ ଯନ୍ତ୍ରୀ , ଯନ୍ତ୍ରୀ ମହାଶୟ ନନ୍ଦକୂପ ର ବିଲ ପାଇଁ MB Book ଅର୍ଥାତ ମ୍ୟାଯେରମେଣ୍ଟ ବୂକ ସମୋନାଥଙ୍କୁ ନେଇ ଆସିବାକୁ କହୁଥିବା ବେଳେ ଏହା ଗ୍ରାମପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟାଳୟ ରେ ଯନ୍ତ୍ରୀ କିମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରେ ରୁହେ ପୁଣି ସେ MB Book କେଉଁ ବଜାରରୁ ନେବେ ବୋଲି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ପ୍ରକୋଟ କରିଛନ୍ତି l
ମୁଖ୍ୟ ବିଷୟହେଲା ଡ଼ଙ୍ଗାସିଲ ପଞ୍ଚାୟତ ଏକ ଅଂନ୍ୟୁନତ କାଶୀପୁର ବ୍ଲକର ଅତି ଦୁର୍ଗମ ଅଞ୍ଚଳ l ଏଠି ସରକାରୀ ଯୋଜନା ବିନିଯୋଗ ପୂର୍ବେ ବାଟମାରାଣ ହେଉଥିବାରୁ ଆଜିପଯ୍ୟନ୍ତ ଲୋକେ ନିଜ ମୌଳିକ ସୁଭିଧାରୁ ବଞ୍ଚିତ !