ବୌଦ୍ଧ:୨୦/୦୫ (ଚିତ୍ତ ରଂଜନ ସିଂ ) ବୌଦ୍ଧ ଜିଲ୍ଲା ର ସର୍ବ ବୃହତ ସାପ୍ତାହିକ ତିଳେଶ୍ୱର ରବିବାର ହାଟ ନିଲାମ ଦିନଠୁ ହିଁ ଲାଗିରହିଥିଲା ବିବାଦ l ଏପରିକି ଉଭୟ ଗୋଷ୍ଠୀ ଙ୍କ ମଧ୍ୟ ରେ କାଦୁଅ ଫିଙ୍ଗା ଫିଙ୍ଗି ହେବାସହ ବିବାଦ କୁ ନେଇ ସବୁବେଳେ ଅଞ୍ଚଳ ରେ ଚର୍ଚ୍ଚା ରେ ଥିଲା l ବିଡ଼ିଓ ଙ୍କ ଠୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ସାପ୍ତାହିକ ହାଟ ନିଲାମ କୁ ନେଇ ଅଭିଯୋଗ ହୋଇଥିଲା l
ଏପରିକି ସୋମବାର ଦିନ ବ୍ଲକର ତିଳେଶ୍ୱର ପଞ୍ଚାୟତ ଗୃହ ଠାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଜିଲାପାଳ ଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଏହାକୁ ନେଇ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ ଙ୍କୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ l ସେନେଇ ଶନିବାର ଦିନ ବିଡ଼ିଓ ଙ୍କ ଅଧକ୍ଷତା ରେ ବିବାଦ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l
ବୈଠକ ରେ ବିଡ଼ିଓ ଉପସ୍ଥିତ ଥିବା ୱାର୍ଡସଭ୍ୟ ସଭ୍ୟା, ନାଏବ ସରପଞ୍ଚ ସରପଞ୍ଚ ଙ୍କ ସହ ସମସ୍ୟା ଉପରେ ଆଲୋଚନା କରିବା ସହ ଉଭୟ ଉଭୟଙ୍କୁ ସୋମନୟ ରଖି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l କିନ୍ତୁ ସରପଞ୍ଚ ପୂର୍ବରୁ ବୈଠକ ରେ କେତେକ ୱାର୍ଡ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚ ଙ୍କୁ ଦୁର୍ବ୍ୟବହାର କରିଥିଲେ ଏହାକୁ ନେଇ ସମୀକ୍ଷା ବୈଠକ ରେ ପୁନର୍ବାର ବିଡ଼ିଓଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ l ପରେ ସରପଞ୍ଚ ମଧ୍ୟ ଭୁଲ ବଶତଃ ହୋଇଥିବା କଥା କୁ ଭୁଲ କ୍ଷମା ମାଗିବା ସହ ପୁନର୍ବାର କୌଣସି ଭୁଲହେବ ନାହିଁ ବୋଲି ପ୍ରକାଶ କରିଥିଲେ l
ପରେ ଗତ ବର୍ଷ ହାଟ ନିଲାମ ନେଇ ରାଜସ୍ୱ ବକେୟା ଥିବା ଠିକାଦାର ଙ୍କ ଠୁ ଟଙ୍କା ଆଦାୟ ପାଇଁ ସରପଞ୍ଚ ଓ ପିଈଓ ଙ୍କୁ ବିଡ଼ିଓ ନିର୍ଦେଶ ଦେଇଥିଲେ l ସୂଚନା ଥାଉକି ଗତ ଗତ 29/3/2023 ରେ ବ୍ଲକ ପ୍ରଶାସନ ର ଉପସ୍ଥିତ ରେ ହାଟ ଡାକ ନିଲାମ ହୋଇଥିଲା l ଯେଉଁ ବ୍ୟକ୍ତି ହାଟ ଡାକ ନେଇଥିଲେ ସରକାର ଙ୍କ ନିୟମ ଅନୁଯାୟୀ ହାଟ ଡାକ ହୋଇଥିବା ଟଙ୍କାର 75 ସତକଡା 15 ଦିନ ମଧ୍ୟରେ ଠିକାଦାର ରାଜସ୍ୱ ଜମାକରିବା କଥା l କିନ୍ତୁ ଠିକାଦାର 15 ଦିନ ମଧ୍ୟରେ ଟଙ୍କା ପୈଠ ନକରି ମନଇଚ୍ଛା ହାଟ ର ମହା ଅସୁଲି ଅର୍ଥ ସଂଗ୍ରହ କରିଥିଲେ l ଫଳରେ ବେଆଇନ ଭାବେ ଜଣେ ଠିକାଦାର ହାଟ ର ଅର୍ଥ ଅସୁଲି କରିବା ବେଳେ ରାଜସ୍ୱ ହାନି ଘଟୁଥିବାରୁ ନିଲାମ ର ଦ୍ୱିତୀୟ ଓ ତୃତୀୟ ଡକାଳୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା l ଏହି ଘଟଣା କୁ ନେଇ ପୁନର୍ବାର 20/4/2023 ରେ ପଞ୍ଚାୟତ ସଭା ବୈଠକ ଅନୁଷ୍ଠିତ ହୋଇଥିଲା l
ଏଥିରେ ନାଏବ ସରପଞ୍ଚ ଓ ସଭାରେ ଉପସ୍ଥିତ ଥିବା ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ସରପଞ୍ଚ ଙ୍କୁ ହାଟ ନିଲାମ ର ସମ୍ପର୍କ ରେ ଓ ଆଦାୟ ହେଉଥିବା ଅର୍ଥ ର ହିସାବ ମାଗିଥିଲେ l ଏଥିରେ ପଞ୍ଚାୟତ ର ସରପଞ୍ଚ ଝୁନୁ ବେହେରା ବିରକ୍ତି ଭାବ ପ୍ରକାଶ କରି ସନ୍ତୋଷ ଜନକ ଉତ୍ତର ନଦେଇ ପ୍ରଶ୍ନ କର୍ତା ମାନଙ୍କୁ ଦୁର୍ବ୍ୟବହାର ପ୍ରଦଶନ କରି ବୈଠକ କୁ ଭାଙ୍ଗିବା ପାଇଁ ନିର୍ଦେଶ ଦେଇଥିଲେ l ପରେ ସରପଞ୍ଚ ଙ୍କ ଏଭଳି ଆଚରଣ ଦେଖି ନାଏବ ସରପଞ୍ଚ ଓ କେତେକ ୱାର୍ଡ ସଭ୍ୟ ସଭ୍ୟା ମାନେ ସରପଞ୍ଚ ଙ୍କ ବିରୋଧ ରେ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ବିଡ଼ିଓ ଙ୍କ ଅଭିଯୋଗ ପରେ ମଧ୍ୟ ଉକ୍ତ ହାଟ ନିଲାମ ଓ ଅର୍ଥ ଅସୁଲି ସମ୍ପର୍କ ରେ କୌଣସି ସମାଧାନ ହୋଇପାରିନଥିବା ବେଳେ ଏଥିରେ ଅସନ୍ତୋଷ ପ୍ରକାଶ କରି ପୁନର୍ବାର ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲେ l ଏହି ସମୀକ୍ଷା ବୈଠକ ରେ ଜିପିଓ ଯତୀନ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ରଣା, ସରପଞ୍ଚ ଝୁନୁ ବେହେରା, ନାଏବ ସରପଞ୍ଚ ରାଜେଶ୍ୱରୀ ପ୍ରଧାନ, ଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ l