ଧର୍ମଗଡ଼:୨୦/୫(ହେମନ୍ତ କୁମାର ମାଝୀ)ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଦୁଇ ଦିନିଆ କଳାହାଣ୍ଡି ଗସ୍ତ ରେ ଆସିଥିବା ବେଳେ ଆଜି ଧର୍ମଗତ ରେ ପହଞ୍ଚିଥିଲେ ପ୍ରଥମେ ସେ ଧର୍ମଗତ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ମନ୍ଦିର କୁ ଯାଇ ମାଁ ଙ୍କ ଦର୍ଶନ କରିବା ପରେ ମନ୍ଦିର ଉନ୍ନତି କରଣ ପାଇଁ ଏକ କୋଟି ନଅ ଲକ୍ଷ ଅନୁଦାନ ଘୋଷଣା କରିଥିଲେ ଏହା ପରେ ଯଶୋଦା ଅନାଥାଶ୍ରମର କୁ ଯାଇ ସେଠାରେ ଅନ୍ତେବାସୀ ଙ୍କ ସହ ସମୟ ବିତାଇବା ସହ ସେଠାରେ ସେମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ଏହା ପରେ ସ୍ଥାନୀୟ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ।
କାରଣ ସେଠାରେ ଧର୍ମଗତ ରେ ପ୍ରଥମ ଉପଜିଲ୍ଲାପାଳ ଭାବରେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ ଏହି ସଭାରେ ୨୦ ବର୍ଷ ତଳର ସ୍କ୍ତିତି କୁ ମନେ ପକାଇଥିବା ସହ ଏହି ମାଟି ରୁ ମୋର ଜନ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଏହି ମାଟି ରୁ ମୁଁ ଓଡ଼ିଆ ଭାଷା ଶିଖି ଥିଲି ଏବଂ ଧର୍ମଗତ ଠାରେ ପ୍ରଥମ ଥର ପାଇଁ କଳାହାଣ୍ଡି ଉତ୍ସବ ଆରମ୍ଭ କରିଥିବା ରେ ମୁଁ ଏକ ଅଂଶ ବିଶେଷ ଥିଲି ଏବଂ ଧର୍ମଗତ ଲୋକ ଙ୍କ ଭଳପାଇବା ଆଜି ବି ମୁଁ ମୋତେ ବହୁ ଆନନ୍ଦ ଦିଏ ବୋଲି କହିଥିଲେ ଏହା ପରେ ସେ ମିଶନ ଶକ୍ତି ମହିଳା ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ
ଏହା ଇନ ଡୋ ଷ୍ଟାଡିୟମ କୁ ଯାଇ ପିଲା ମାନଙ୍କ ସହିତ ବ୍ୟାଡମିଣ୍ଟନ ଖୋଲିଥିଲେ ପରେ ସ୍ଥାନୀୟ ପଞ୍ଚାୟତ କଲେଜ୍ ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏହା ପରେ ଧର୍ମଗତ ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍ କ୍ରସ ବ୍ଳଡ ବ୍ୟାଙ୍କ ପରିଦର୍ଶନ କରି ଡାକ୍ତର ଖାନା ର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମାନଙ୍କ ସହ ସ୍ଵାସ୍ଥ୍ୟ ସେବା ସମ୍ପର୍କିତ ଆଲୋଚନା କରିଥିଲେ