କେସିଙ୍ଗା:(ପ୍ରିତେଶ ପଟେଲ୍) କେସିଙ୍ଗା ବ୍ଲକ ର ସିରୋଲ ପଞ୍ଚାୟତ ର ପୋଢ ଖମ ରୁ ରୁପ୍ରା ଆଡ଼କୁ ସଂଯୋଗ ହଉଥିବା ଏକ ରାସ୍ତା କଡ଼ରେ ଥିବା ପଳାଶ ଗଛ ରେ ଏକ ଯୁବକ ଙ୍କ ଝୁଲନ୍ତା ମୃତ ଦେହ ଜନସାଧାରଣ ଙ୍କ ଦ୍ଵାରା ଠାବ କରା ଯାଇଥିଲା ।ମୃତ ବ୍ୟକ୍ତି ଜଣକ ହେଲେ ପାଷ୍ଟି ଗୁଡ଼ି ପଞ୍ଚାୟତ ର ପୀପଲ୍ ଭାଡ଼ି ଗାଁ ର କୈଳାଶ ମାଝୀ ବୋଲି ଜଣାପଡ଼ିଥିବା ବେଳେ ସେ ପୋଢ ଖମ୍ ଗାଁ ର କୁମାରୀ ମାଝୀ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ରହିଥିବା ଜଣାପଡିଛି।
ସକାଳ ପ୍ରାୟ ୭.୩୦ ଟା ସମୟ ରେ ୧୧୨ ଯୋଗେ ପୋଲିସ କୁ ଖବର ଦାଇଆଯାଇଥିଲେ ମଧ୍ୟ କେସିଙ୍ଗା ଥାନା ର ଅଧିକାଂଶ କର୍ମଚାରୀ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ୟକ୍ତି ଗତ ସଚିବ ଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟ କ୍ରମ ରେ ବ୍ୟସ୍ତ ଥିବାରୁ ପ୍ରାୟ ୨.୩୦ ଘଣ୍ଟା ବିଳମ୍ବରେ ଅତିରିକ୍ତ ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।ଝୁଲନ୍ତା ମୃତ ଦେହ କୁ ଦେଖିଲେ ଏହା ଏକ ସୁଚିନ୍ତିତ ହତ୍ୟା ଭଳି ଲାଗୁଥିବା ବେଳେ ଅଧିକ ତଦନ୍ତ ହେଲେ ଏହାର ସତ୍ୟା ସତ୍ୟ ଲୋକ ଲୋଚନକୁ ଆସିବ ।
ଏହି ଘଟଣା ରେ ସନ୍ଦେହ ଘେରରେ ରହିଛନ୍ତି ମୃତ କୈଳାଶ ମାଝୀ ଙ୍କ ସ୍ତ୍ରୀ ଓ ପରିବାର ।
କାରଣ କୈଳାଶ ମାଝୀ ଙ୍କ ମୃତ ଦେହ ତାଙ୍କ ଶଶୁର ଘର ଠାରୁ ମାତ୍ର ୨୦୦ ରୁ ୩୦୦ ମିଟର ଦୂର ରେ ଏକ ଗଛରେ ଝୁଲି ରହିଥିଲା ମଧ୍ୟ କୁମାରୀ କିମ୍ବା ତାଙ୍କ ପୁଅ କିମ୍ବା ଝିଅ କେହି ମଧ୍ୟ ଘଟଣା ସ୍ଥଳକୁ ଯାଇ ନଥିବା ପରିଲକ୍ଷିତ ହୋଇଥିଲା ।ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ଵାରା ସୂଚନା ଦିଆଯାଇଥିଲେ ମଧ୍ୟ ସେ ଚୁପ୍ ଚାପ୍ ବସି ରହିବା ଓ ଘଟଣା ସ୍ଥଳକୁ ନ ଯିବା ସନ୍ଦେହ ସୃଷ୍ଟି କରୁଛି ।ଯାହା ବି ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରି ମୃତ ଶରୀରର ସବ ବ୍ୟବଚ୍ଛେଦ ପାଇଁ ନିଆଯାଇଛି ।ଘଟଣା ର ଉଚିତ୍ ତଦନ୍ତ କରାଗଲେ ହତ୍ୟା ନା ଆତ୍ମହତ୍ୟା ତାହା ସାମ୍ନା କୁ ଆସିବ ବୋଲି ଲୋକ ମାନେ କୁହା କୁହି ହୋଇଥିବା ଶୁଣିବାକୁ ମିଳୁଥିଲା ।