ହରଭଙ୍ଗା :୧୮/୦୫ (ଆପ୍ର ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଓଡ଼ିଆ ରଜକ ସମାଜ ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସମାଜର ଇଷ୍ଟ ଦେବୀ ଙ୍କୁ ପୂଜା ଅର୍ଚନା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ପ୍ରଥମେ ପୂର୍ବରୁ ଥିବା ସମାଜର କର୍ମକର୍ତା ନିଜ ନିଜ ପଦବି ଇସ୍ତଫା ଦେବା ପରେ ନୂତନ କମିଟି ମନୋନୀତ ବା ଚୟନ ହୋଇଥିଲା l
ଏଥିରେ ରେ ସମାଜ ର ନୂତନ ସଭାପତି ଭାବେ ଅକୁର ସେଠି,ସମ୍ପାଦକ ଲୋକେସ ସେଠି,କୋଷାଧକ୍ଷ ପ୍ରଫୁଲ ସେଠି,ଉପ ସଭାପତି ଗଣେଶ୍ୱର ସେଠି,ଙ୍କୁ ମନୋନୀତ କରିଥିଲେ l ବୈଠକ ରେ ସମାଜ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବୀରେନ୍ଦ୍ର ଦ୍ୱାରି, ଚିତ୍ତ ରଞ୍ଜନ ସେଠି,ପ୍ରଦୀପ ସେଠି,ଅର୍ଜୁନ ସେଠି, ଙ୍କ ସମେତ ସମାଜ ର ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l