ସେମଲା ପାନୀୟ ଜଳ ପ୍ରକଳ୍ପ ଆସୁନି କାମରେ ,ପାଣି ପାଇଁ ଲୋକେ ହନ୍ତସନ୍ତ

36 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସେମଲା ଗ୍ରାମରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଦ୍ୱାରା ବସୁଧା ଯୋଜନାରେ ଲକ୍ଷାଧିକ ଟଙ୍କାର ନିର୍ମାଣ ହୋଇଛି ଓଭର ହେଡ ପାଣି ଟାଙ୍କି । ଟାଙ୍କି ନିର୍ମାଣ ପରେ ଆଶା ଥିଲା ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇ ଜଳ କଷ୍ଟ ଦୂର ହେବ । ହେଲେ ଗ୍ରାମବାସୀଙ୍କ ଆଶା ଆଶାରେ ମଉଳି ଗଲା ।କାରଣ ପାନୀୟ ଜଳ ଯୋଗାଣ ଆରମ୍ଭରୁ ଲୋକଙ୍କ କାମରେ ଆସୁ ନାହିଁ ନାମକୁ ମାତ୍ର କେବଲ ପ୍ରାୟ ୧୦ଦିନ ଖଣ୍ଡେ ପାଣି ଛାଡି ଅଚଳ ହୋଇ ପଡିଥିବା ବେଳେ ମୁଡ୍ରାନଦୀ କୂଳରେ ନିର୍ମାଣ ହୋଇଥିବା ଇନ-ଟେକ ପାଣି ଟାଙ୍କି ମଧ୍ୟ ନିମ୍ନ ମାନର କାର୍ଯ୍ୟ ଯୋଗୁ ଦୁର୍ବଳ ହେଉଥିବା ଲୋକେ ଦାବି କରୁଛନ୍ତି ।

ସୂଚନା ଅନୁସାରେ ସେମଲା ଗ୍ରାମରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ ଜନ ସଂଖ୍ୟା ରହିଥିବା ବେଳେ ୮ଟି ପଡାକୁ ୭ଟି ନଳକୂପ ରହିଛି ଅଧିକାଂଶ ନଳକୂପ ପାନୀୟ ଜଳ ବ୍ୟବହାର ଅନୁପଯୋଗୀ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏବେ ଗ୍ରୀଷ୍ମ ପ୍ରବାହରେ ସାରା ଗାଁ ଠୁ ସହର ହୁହୁ ଉତ୍ତାପରେ ଜଳି ଉଠୁଛି ।ଲୋକେ ପାଣି ପାଇଁ ଡହଳ ବିକଳ ହୋଇ ପଡୁଛନ୍ତି ।

ଏନେଇ ପାନୀୟ ଜଳ ସମସ୍ୟା ଦୂର କରିବା ନିମନ୍ତେ ଗ୍ରାମରେ ଥିବା ଓଭର ହେଡ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଗ୍ରାମବାସୀ କହିଛନ୍ତି ।ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ପ୍ରଶାସନ ଉଚିତ ପଦକ୍ଷେପ ନେଇ ଅଚଳ ହୋଇ ପଡି ରହିଥିବା ଓଭର ହେଡ ପାଣି ଟାଙ୍କି କୁ କାର୍ଯ୍ୟକ୍ଷମ କରାଇ ଶୀଘ୍ର ପାଣି ଯୋଗାଇବା ବ୍ୟବସ୍ଥା କରାଇବା ପାଇଁ ସାଧାରଣରେ ଦାବି ହେଉଛି ।

Related Post

ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ

Posted by - May 4, 2023 0
ଭୁବନେଶ୍ବର :ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୁରଭଞ୍ଜ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି। ସକାଳ ୭ଟାରେ ଶ୍ରୀମତୀ ମୁର୍ମୁ…

ଯାଜପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - March 25, 2023 0
ଯାଜପୁର:ବିଜେପି ସରକାର ଏବଂ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଦୀଙ୍କର ଭାରତ ଯୋଡ଼ ଯାତ୍ରାର ଲୋକପ୍ରିୟତାରେ ଭୟଭୀତ ହୋଇ ବିରୋଧି ଦଳର ସ୍ୱରକୁ କଂଣ୍ଠରୋଧ କରିବା ପାଇଁ ସମ୍ବିଧାନ ବର୍ହିଭୂତ ଆଇନର ପ୍ରୟୋଗ କରି ସାଂସଦ ପଦ ରଦ୍ଧ ବିରୁଧରେ ଯାଜପୁର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକରେ ଏକ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ପିସିସି ସଭ୍ୟ ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଓ ପ୍ରତିବାଦରେ ସୁରଟ କୋର୍ଟର ରାୟକୁ ଅପିଲ ସମୟ ଏକମାସ ଥିବାବେଳେ ଅସାମ୍ବିଧାନିକ ଓ ତରଭରିଆଭାବେ ପାଲ୍ୟାମେଟ୍‌ରେ ତାଙ୍କର ସାଂସଦ ପଦ ରଦ୍ଧ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀଙ୍କର ଏହି ହୀନମନ୍ୟତା ବିରୁଦ୍ଧରେ ସ୍ଲେଗାନ ଓ ବିରୋଧୀ ଦଳ ମୁକ୍ତ ଭାରତ ବର୍ଷ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହା ସଫଳ ହେବ ନାହିଁ ବୋଲି ଉପସ୍ଥିତ ମେତୃ ମଣ୍ଡଳୀମାନେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି  ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ସବଶ୍ରୀ ଦିଗାମ୍ବର କର, ବିଷ୍ଣୁଚରଣ ରାଉତ, ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ହୋଇ ବିକ୍ଷୋଭ ପଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ କରିଥିଲେ । ଆଗାମୀ ଦିନରେ ବିଜେପି ସରକାରର ହୀନମାନ୍ୟତା ବିରୁଦ୍ଧରେ ଆନ୍ଦୋଳନକୁ ତିବ୍ରତର କରାଯିବା ବୋଲି ଚେତାବନୀ ଦିଆଯାଇଛି ।

ଜିଲ୍ଲା ପରିଷଦ ଉପାଧ୍ଧକ୍ଷାଙ୍କ ଟିଟିଲାଗଡ ବ୍ଲକ ଗସ୍ତ,ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ

Posted by - April 11, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମଙ୍ଗଳବାର ଦିନ ଅପରାହ୍ନରେ ଜିଲ୍ଲା ପରିଷଦ ଉପାଦ୍ଧକ୍ଷା ଶ୍ରୀମତି ମିଥିଳା ମାଝୀ ଟିଟିଲାଗଡ ଗସ୍ତରେ ଆସିଥିଲେ। ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟରେ ଏକ ବୈଠକ ବ୍ଲକ…

ଚାହାରଭଟା ସ୍ଥିତ ଓମଭ୍ୟାଲି ସ୍କୁଲରେ ୨୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ସମ୍ପୂର୍ଣ -ଏପ୍ରିଲ ୪ରୁ ରହିବେ ବିଦ୍ୟାର୍ଥୀ

Posted by - April 1, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ପ୍ରତିଷ୍ଠିତ ସ୍କୁଲ ମାନଙ୍କ ମଧ୍ୟରୁ ଓମ ଭ୍ୟାଲି ସ୍କୁଲ ଅନ୍ୟତମ। ଏହି ସ୍କୁଲଟି ଗ୍ରୀନ ସ୍କୁଲ କନସେପ୍ଟରେ…

ବିଚାରଧୀନ ମାମଲାର ରାୟ ଦେଲା JMFC କୋର୍ଟ,୫ ହଜାର ଟଙ୍କା ଫାଇନ ସହ ୩ ବର୍ଷ ଜେଲ ଦଣ୍ଡାଦେଶ

Posted by - April 18, 2023 0
ହରଭଙ୍ଗା :୧୭/୦୪ (ଚିତ୍ତରଞ୍ଜନ ସିଂହ)୬ ବର୍ଷଧରୀ ବିଚାରଧୀନ ଥିବା ମାମଲା ର ଆଜି ରାୟ ଦେଇଛନ୍ତି ହରଭଙ୍ଗା JMFC କୋର୍ଟ ବିଚାର ପତି !ମିଳିଥିବା ସୂଚନା ମତେ…