କେସିଙ୍ଗା:(ପ୍ରିତେଶ ପଟେଲ୍)କେସିଙ୍ଗା ନିର୍ବାଚନ ମଣ୍ଡଳୀ ହଟିବା ପରେ ଅବହେଳିତ ହୋଇପଡିଥିବା କେସିଙ୍ଗା ଅଞ୍ଚଳ ଗତ ୫ ବର୍ଷ ରେ ଉଦାସୀନତା ଦେଇ ଗତି କରୁଛି। ବହୁ ସମସ୍ୟା ରହିଛି।ଯାହାର ସମାଧାନ ପାଇଁ ନା ନିର୍ବାଚିତ ପ୍ରତିନିଧି ନା ପ୍ରଶାସନ ର ଦୃଷ୍ଟି ରହିଛି।ଶୁକ୍ରବାର ଦିନ ୫ ଟି ସଚିବ ଭି କେ ପାଣ୍ଡିଆନ ଉତକେଲା ବିମାନ ବନ୍ଦର ରୁ ଓଲ୍ହାଇ ଏହି ଅଞ୍ଚଳ ଦେଇ ବେଳଖଣ୍ଡି କପିଳେଶ୍ୱର ପୀଠ କୁ ଯିବେ। ଏଣୁ ଏଠି ରହିଥିଲା ସମସ୍ୟା କୁ ଦୃଷ୍ଟି ଦେଇ ୫ ଟି ସଚିବ ଦୃଷ୍ଟି କେତେ ଦେବେ ବୋଲି ଲୋକେ ଆଶା ବାନ୍ଧିଛନ୍ତି।
କେସିଙ୍ଗା ତହସିଲ ରେ ଦୀର୍ଘ୬ ମାସ ହେଲା ତହସିଲଦାର ପଦବୀ ଖାଲି ଥିଲେ ବି ନିଯୁକ୍ତି ନାହିଁ।ଫଳରେ ଲୋକେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।ଦୀର୍ଘ ୩୯ ବର୍ଷ ହେଲା ଅବହେଳିତ ହୋଇ ଅଧାପନ୍ତରିଆ ପଡିଥିବା କୋଣାର୍କ ସୁତାକଳ ପାଇଁ ନିଯୁକ୍ତି ଠାରୁ ଆରମ୍ଭ କରି ଚାଷୀ କପା ର ଅଧିକ ମୂଲ୍ୟ ପାଇବାର ସମ୍ଭାବନା ଥିଲେ ମଧ୍ୟ ଏହା ସରକାର ଙ୍କ ଦୃଷ୍ଟି ଆଢୁଆଳରେ ରହିଛି।ସମସ୍ତ ଭିତ୍ତିଭୂମି, ପର୍ଯ୍ୟାପ୍ତ କଞ୍ଚାମାଲ,ପୁଣି ଅନ୍ୟ ଭେଲ୍ୟୁ ଏଡଡ କାରଖାନା ର ରାସ୍ତା ଖୋଲା ରହିଛି। ଏଯାହା ଦ୍ୱାରା ସରକାର ବି ବହୁ ଲାଭବାନ ହେବେ।
ଏଣୁ ୫ ଟି ସଚିବ ଏହାକୁ ଗୁରୁତ୍ୱ ଦେବେ କି ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠିଛି।କେସିଙ୍ଗା ଏନ ଏଚ ୨୬ସବୁଠୁ ଗୁରୁତ୍ୱ ଓ ଟ୍ରାଫିକ ପୂର୍ଣ ରାସ୍ତା ।ଫଳରେ ପ୍ରତିଦିନ ଦୁର୍ଘଟଣା ରେ ଜୀବନ ଯାଉଛି।ଏଣୁ କୁର୍ଲୁପଡା ଠାରୁ ଜୋଲୋକ ମଧ୍ୟରେ ଏକ ବାଇପାସ ଦେବେ କି।କେସିଙ୍ଗା-ଟିଟିଲାଗଡ ରାସ୍ତା ଉଭୟ ଜିଲ୍ଲା ପାଇଁ ଏକ ଅର୍ଥନୈତିକ ଅଭିବୃଦ୍ଧି ଘଟିବାର ସମ୍ଭାବନା ରହିଛି।ଏଣୁ ଏହାକୁ ଗ୍ରାମାଞ୍ଚଳ ଅର୍ଥନୈତିକ ରାସ୍ତା ରେ ସାମିଲ କରିବେକି।କେସିଙ୍ଗା ବ୍ଲକ,ଏନ ଏ ସି ,କରଳାମୁଣ୍ଡା, ମଦନପୁର ରାମପୁର ଓ ଟିଟିଲାଗଡ଼ ର ୯/୧୦ ଟି ଗ୍ରାମ କେସିଙ୍ଗା ସି ଏଚ ସି ଉପରେ ନିର୍ଭର କରନ୍ତି।
ଏଣୁ ଏହାକୁ ୫ଟି ରେ ସାମିଲ କରି ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଦେବେ ବି ବୋଲି ଜନସାଧାରଣ ରେ ଦାବି ହୋଇଛି।ସେହିଭଳି କେସିଙ୍ଗା ବିଜୁ ପଟ୍ଟନାୟକ ଷ୍ଟାଡିୟମ କୁ ପୂର୍ଣାଙ୍ଗ ଷ୍ଟାଡିୟମ କରାଯିବା, କେସିଙ୍ଗା ବ୍ଲକ ଯୋଗ ମାୟା ପୀଠ ଓ ବେଳଖଣ୍ଡି କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା,କେସିଙ୍ଗା ତେଲ ନଦୀ ରେ ବଣ୍ୟହେଲେ ନଦୀ କୂଳରେ ଥିବା ଚାଷଜମି ନଷ୍ଟ ହେଉଥିବା ରୁ କେସିଙ୍ଗା ଏନ ଏ ସି ଅଞ୍ଚଳରୁ ନୂନମାଠ ପର୍ଯ୍ୟନ୍ତ ଆଡ଼ି ବନ୍ଧ ଦେବା,ଏମ ସେ ମି ପାର୍କ ରେ ପି ପି ପି ମୋଡ଼ ରେ କାରଖାନା ପାଇଁ ମଧ୍ୟ ଦାବୀ ହୋଇଛି।