Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

କଳାହାଣ୍ଡି ଜିଲ୍ଲାରେ ମାଟ୍ରିକ ପାସ ହାର ୯୬.୫୦ %

43 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଶିକ୍ଷା ବର୍ଷ ୨୦୨୨ /୨୩ ର ଆଜି ସିଏଚଏସଇ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି l କଳାହାଣ୍ଡି ଜିଲ୍ଲାରେ ୯୬.୫୦  ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି lକଳାହାଣ୍ଡି ଜିଲ୍ଲାରେ ଛାତ୍ରମାନଙ୍କୁ ପଛରେ ପକାଇ ଛାତ୍ରୀ ମାନେ ଅଧିକ ସଂଖ୍ୟାରେ ପାସ କରିଛନ୍ତି l ଜିଲ୍ଲାରେ ୩୪୨  ଟି ଉଚ୍ଚ ଵିଦ୍ୟାଳୟର ମୋଟ ୨୧,୧୯୧  ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ l

ସେମାନଙ୍କ ମଧ୍ୟରୁ ୫୧୩ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ l ଏହି ପରୀକ୍ଷାରେ୧୦,୨୧୧  ଜଣ ଛାତ୍ର ଏବଂ୧୦,୨୩୮ ଜଣ ଛାତ୍ରୀ ଏଭଳି ମୋଟ ୨୦,୪୪୯  ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି l ପାସ ହୋଇଥିବା ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ୮୩  ଜଣ A1, ୧୦୩୦  ଜଣ A2, ୪୫୨୧ ଜଣ B1, ୬୮୬୪ ଜଣ B2, ୫୧୫୯ ଜଣ C, ୨୦୮୪  ଜଣ D, ୭୦୮ ଜଣ E ଏବଂ ୨୧୧  ଜଣ ପରୀକ୍ଷାର୍ଥୀ F ଗ୍ରେଡ଼ ରଖିଥିବା ସୂଚନା ମିଳିଛି l

Related Post

୨୪ରୁ ସପ୍ତାହାନ୍ତ ସଟ ଡାଉନ, ସବୁ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ

Posted by - April 19, 2021 0
ଭୁବନେଶ୍ଵର:ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର,…

କେନ୍ଦ୍ରସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ କର୍ମଶାଳା

Posted by - December 23, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କେନ୍ଦ୍ରସରକାର ଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ କର୍ମଶାଳା…

କଳାହାଣ୍ଡି ଜିଲ୍ଲା ରେ ଶୃଙ୍ଖଳାର ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା ନିର୍ବାଚନ ଅନୁଷ୍ଠିତ

Posted by - March 14, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଅଧ୍ୟକ୍ଷା ପଦବୀ ପାଇଁ ଗତ ୧୨.୩.୨୨…

ସିନେମା ହଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ,୩ ଗିରଫ

Posted by - January 27, 2019 0
ସାମ୍ବାଦିକକୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପରେ ସହିଦ ନଗର ପୋଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି ।ସେମାନେ ହେଲେ ସୌମ୍ୟ ରଞ୍ଜନ ମହାପାତ୍ର, ଅନନ୍ତ ନାରାୟଣ…

ଖୋର୍ଦ୍ଧା ରେ ଅନୁଷ୍ଠିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - March 3, 2019 1,376
ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିସନ୍‌ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଥିଲେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ…