ଯାଜପୁର :ଆସନ୍ତା କାଲି ସାବିତ୍ରୀ ଅମାବାସ୍ୟା। ଏଥିପାଇଁ ବଜାର ରେ ପ୍ରବଳ ଭିଡ। ଲୁଗା ଦୋକାନ ଠାରୁ ଆରମ୍ଭ କରି ଫଳ ମୂଳ ଦୋକାନ ପର୍ଯ୍ୟନ୍ତ ସବୁଠି ଭିଡ଼ ଦେଖିବାକୁ ମିଳୁଛି। ଉଚ୍ଚ ଡର ସାଙ୍ଗ କୁ ଭିଡ଼ ଦେଖିବାକୁ ମିଳୁଛି। ଆସନ୍ତା କାଲି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠ ରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି।
ମହିଳା ମାନେ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଜମାଇବେ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପକେଟ ମାର ଙ୍କ ଉପରେ କଡା଼ ନଜର ରଖିବା ପାଇଁ ସାଧା ପୋଷାକ ଧାରୀ ଙ୍କୁ ମୁତୟନ କରାଯାଇଛି।