Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଧର୍ମପରାୟଣା ମହିଳାଙ୍କ ପରଲୋକ

29 0

ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ପେଣ୍ଠ ସାହି ନିବାସୀ ତଥା ସ୍ଵର୍ଗତ ସମାଜସେବୀ ମୃତ୍ୟୁଞ୍ଜୟ ପାତ୍ରଙ୍କ ଧର୍ମପତ୍ନୀ ଚିନଂ ଲକ୍ଷ୍ମୀବାଇ ପାତ୍ରଙ୍କ 83 ବର୍ଷ ବୟସରେ ପରଲୋକ ଘଟିଛି I ସେ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ I ସେ ବେଲଗୁଣ୍ଠା କାଉନସିଲର୍ ପ୍ରତିନିଧି ଚିଦାନନ୍ଦ ପାତ୍ରଙ୍କ ମାତା ଅଟନ୍ତି I

ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟା ପାତ୍ରଙ୍କ ବାସଭବନରେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଚିଦାନନ୍ଦ ପାତ୍ର, ମହେଶ୍ଵର ପାତ୍ର, ଜଗନ୍ନାଥ ପାତ୍ର ଏବଂ ବାଳକୃଷ୍ଣ ପାତ୍ରଙ୍କ ସମେତ ସମସ୍ତ ପୁତ୍ରବଧୁ ଉପସ୍ଥିତ ଥିଲେ

ଲକ୍ଷ୍ମୀବାଇଙ୍କ ମର ଶରୀରକୁ ବେଲଗୁଣ୍ଠା ଶ୍ମଶାନକୁ ଏକ ଶୋଭାଯାତ୍ରାରେ ନିଆଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା I ଜ୍ୟେଷ୍ଠପୁତ୍ର ଚିଦାନନ୍ଦ ମୁଖାଗ୍ନି ଦେଇଥିଲେ I ସେ ଜଣେ ପରୋପକାରୀ, ଧର୍ମପରାୟଣା ଏବଂ ମିଷ୍ଠଭାଷୀ ମହିଳା ହୋଇଥିବାରୁ ତାଙ୍କ ବିୟୋଗରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Related Post

ଯାଜପୁର ରେ ଆରମ୍ବ ହେଲା ଟେଲି ଫୁଡ଼ ସେବା, ଏବେ ଘରେ ବସି ଯାଜପୁର ବାସୀ ମଗେଇ ପାରିବେ ଖାଦ୍ୟ

Posted by - April 14, 2020 877
ଭୁବନେଶ୍ୱର:ତା ୧୪/୪ : କରୋନା ସଂକ୍ରମଣଙ୍କୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ସମୟସୀମା ଅପ୍ରେଲ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି । ତେଣୁ ପୂର୍ବବତ…

କନ୍ଧ ସମାଜ, ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ

Posted by - January 3, 2022 0
ବୌଦ୍ଧ :(ସମରେଶ  ମିଶ୍ର )ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧ ଜିଲ୍ଲା ପାଇଁ ଜାରୀ କରାଯାଇଥିବା…

ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ 

Posted by - September 4, 2021 0
ଯାଜପୁର ସଂସ୍କୃତି ଭବନ ପରିସରରେ ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କ ର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି,ଏଥିରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ମହିଳା ମାନେ ବ୍ୟବସାୟ ବା ଉଦ୍ୟୋଗ କ୍ଷେତ୍ରରେ ଅଧିକ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ମତଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ପିଂକି ଓଡିଶା ଚାପ୍ଟର ଅଧ୍ୟକ୍ଷା ଓ ସମ୍ବାଦ ର ପରିଚାଳନା ନିର୍ଦ୍ଧେଶିକା ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟର ୫ ହଜାର ମହିଳାଙ୍କୁ ଯୋଡାଯିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ ।

ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ

Posted by - December 9, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ଓଡିଶା ମେଡିକାଲ ସେବା ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ…

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୭ ବର୍ଷ ଜେଲ ଦଣ୍ଡାଦେଶ

Posted by - January 28, 2023 0
ଧର୍ମଗଡ଼  :(ହେମନ୍ତ କୁମାର ମାଝୀ) ୨୦୧୬ ମସିହାରେ ଜୟପାଟଣା ଥାନା ଅନ୍ତର୍ଗତ ଚୁରାଗାଁ ଗ୍ରାମର ଅକ୍ଷୟ ନିମୁଳିଆ ଦୁଇ ପରିବାରର ଛୋଟ ପିଲାମାନଙ୍କୁ ନେଇ ଉପୁଜିଥିବା ସାମାନ୍ୟ…