ଯାଜପୁର :ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଚିହ୍ନଟ ଓ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଯାଜପୁର ଜିଲ୍ଲାପାଳ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚିଟଫଣ୍ଡ କମ୍ପାନୀ ମାନେ ସାଧାରଣ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଠକାମିର ଶିକାର ଉପଭୋକ୍ତା ଙ୍କୁ ଚିହ୍ନଟ କରି ପାରିଲେ ନାହିଁ, ସେଥିପାଇଁ ତୁରନ୍ତ ସେମାନଙ୍କୁ ଚିହ୍ନଟ ସହିତ କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ଦାବିରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ମିଳିତ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାସଙ୍କ ନେତୃତ୍ୱରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ମିଳିତ ମଞ୍ଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳଙ୍କ ନେତୃତ୍ୱରେ ଶହସ୍ରାଧିକ କ୍ଷତିଗ୍ରସ୍ତ ଜମାକାରୀ ମାନେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଠାରେ ଏକଜୁଟ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଜ ହକ ଟଙ୍କା ଦାବିକରିଥିଲେ। ଦାବୀପୁରଣ ନହେଲେ ଆଗାମୀ ଦିନରେ ଭୁବନେଶ୍ୱର ଚାଲ ଅଭିଯାନ କରାଯାଇ ସେଠାରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।