Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ

81 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତ ବୈଠକ ଆଜି ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାନ୍ୟବର କୋରାପୁଟ ଲୋକସଭା ସlସଂଦ ସପ୍ତଗିରି ଉଲ୍ଲlକା, ମାନ୍ୟବର ବିଧାୟକ ରାୟଗଡ, ମକରନ୍ଦ ମୁଦୁଲି, ମାନ୍ୟବର ଗୁଣପୁର ବିଧ୍ୟାୟକ, ରଘୁନାଥ ଗମାଙ୍ଗ, ଜ଼ିଲ୍ଲାପରିଷଦ ଅଧ୍ୟାକ୍ଷା ସୁଶ୍ରୀ ସରସ୍ବତୀ ମାଝୀ,ରାୟଗଡ ନଗରପାଳ ମହେଶ ପଟ୍ଟନାୟକ, ଗୁଣପୁର ପୌର ଉପନଗରପାଳ, ଶିବ ନାରାୟଣ ଗୌଡ଼,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ସୁନା, ଉପଜିଲ୍ଲାପଳ ଗୁଣପୁର ଲଳିତ କୁମାର କହଁର ପ୍ରମୁଖ ଯୋଗଦାନ କରି ଆଗାମୀ ଦିନ ମାନଙ୍କରେ ସମ୍ଭlବ୍ୟ ପ୍ରାକୃତିକ ବିପର୍ଯୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ରହିବା ଉପରେ ଆଲୋଚନା l

ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ ସେଥିନିମନ୍ତେ ବିସ୍ତ୍ରୁତଭାବେ ଆଲୋଚନା କରିଥିଲେ l ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଯଥା ନାଗାବୋଲି, ବଂଶଧାରାନଦୀଜଳ ପ୍ରବାହିତ ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ଦୁର୍ବଳ ନଦୀବନ୍ଧ ଗୁଡ଼ିକର ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ପ୍ରଧାନ ନିର୍ଦ୍ଧେଶ ଦେଇଥିଲେ l ବନ୍ୟା ପ୍ରବଣ ଅଂଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ,ଚୂଡ଼ା,ଗୁଡ,ବିସ୍କୁଟ,କ୍ୟାଣ୍ଡେଲ,କିରାସିନି,ଔଷଧ ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷା ଦିନରେ ବନ୍ୟା ସମୟରେ ବିଶୁଦ୍ଧ ପାନୀୟଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l

ଦୁର୍ଘମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ,ସାପକାମୁଡା ନିରକରଣ ଇଂଜେକସନ , ଓଆରଏସ ,ହେଲଜେନ , ବଳିଚିଂ ପାଉଡର ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି l ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲାମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି l ବର୍ଷାଦିନ ପୂର୍ବରୁ ନାଲନର୍ଦ୍ଦମା ଗୁଡିକର ସଫାସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାଙ୍କୁ କୁହାଯାଇଛି l ବନ୍ୟା ବାତ୍ୟା ସମୟରେ ଚାଷୀମାଙ୍କୁ ଆଗୁଆ ସତର୍କ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲାପାଳ କହିଥିଲେ l

ବlତ୍ୟା ଆଶ୍ରୟ ସ୍ଥଳି,ବlତ୍ୟା ସମୟରେ ବ୍ୟବହାର ନିମନ୍ତେ ଚିହ୍ନଟ କରାଯାଇଥିବା ବିଦ୍ୟାଳୟ ଗୁଡିକର ମରାମତି କରିବାକୁ ନିର୍ବାହୀ ଅଧିକାରୀ, ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷା ମାପ ଯନ୍ତ୍ର ଗୁଡିକର ନିରୀକ୍ଷଣ କରି ଓ ବର୍ଷାର ସଠିକ ମାପ କରି ରିପର୍ଟ ଦେବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ l ବର୍ଷାଦିନ ପୂର୍ବରୁ ରାସ୍ତା ଘାଟ, ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଗୁଡ଼ିକର ମରାମତି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ବନ୍ୟl ବାତ୍ୟା ମୁକାବିଲା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି, ଡ଼ଙ୍ଗା ସହ ପ୍ରସ୍ତୁତି ରହିବାକୁ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭlଗକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକର ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Related Post

ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁର ଘରୋଇ ଯତ୍ନ ଉପରେ ଆଶାଙ୍କୁ ତାଲିମ ପ୍ରଦାନ

Posted by - January 11, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ନବଜାତ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଆଶା ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ବେଲଗୁଣ୍ଠା ମେଡିକାଲ ରେ ଅଧ୍ୟକ୍ଷ ଡାକ୍ତର ବାଲୁଙ୍କେଶ୍ୱର…

ଶ୍ରୀ ଦାଦୀଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଆନ୍ତର୍ଦେଶୀୟ ମହିଳା ଦିବସ ପାଳିତ

Posted by - March 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୁପେ ପାଳନ କରାଯାଇଥାଏ। ଏହି ଉପଲକ୍ଷେ ସ୍ଥାନୀୟ ବ୍ୟାଙ୍କ ଛକରେ ଥିବା ଶ୍ରୀ ଦାଦିଜି…

ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି

Posted by - April 22, 2023 0
ଯାଜପୁର :ପବିତ୍ର ରମଜାନ ମାସ ଅବସରରେ ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଭନ ପରିସରରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏହି ପାର୍ଟିରେ ଶତାଧିକ ସଂଖ୍ୟାଲଘୁ…

ରେଙ୍ଗାଲି ରେ ବିକାଶ ମେହେର ଛାତ୍ରବୃତ୍ତି ପ୍ରଦାନ

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି:୧୪/୦୮(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ପଣ୍ଡଲୋଇ ଗ୍ରାମ ରେ ଗତ ବର୍ଷ ୨୬/୧୨/୨୦୨୧ ତାରିଖ ଦିନ ଗୋପିରାମ ମେହେର ତାଙ୍କ ବାପା ଶଙ୍କର ମେହେର ଓ ନୁରା ମେହେରଙ୍କ ସ୍ମୃତି…