Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

୫୦୦ ଟଙ୍କା ଭତ୍ତା ପାଇଁ ପ୍ରଚଣ୍ଡ ଖରା ରେ ଦୁଇ କିଲୋମିଟର ଚାଲିଲେ ୮୦ବର୍ଷୀୟ ବୃଦ୍ଧା

95 0

କେସିଙ୍ଗା:(ପ୍ରିତେଶ ପଟେଲ୍)ଭତ୍ତା ପାଇଁ ଚାଲିଛି ସଂଘର୍ଷ କିଛି ଦିନ ପୂର୍ବେ ଜଣେ ବୃଦ୍ଧା ଚୌକି ସାହାରା ରେ ଚାଲି ଚାଲି ଭତ୍ତା ପାଇଁ ଯାଉଥିବା ଭିଡିଓ ସାମାଜିକ ଗଣ ମାଧ୍ୟମ ରେ ଚହଳ ପକାଇଥିବା ବେଳେ ,କୋକସରା ବ୍ଲକ ର ଜଣେ ହିତାଧିକାରୀ ଭତ୍ତା ପାଇଁ ଦୀର୍ଘ ୫ କିଲୋମିଟର ଚାଲି ଚାଲି ଯିବା ଦୃଶ୍ୟ ସରକାର ଙ୍କ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା ।ପୁଣି ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ବ୍ଲକ ର ପଥର୍ଲା ପଞ୍ଚାୟତ ରେ । ପଥର୍ଲା ପଞ୍ଚାୟତ ର ପଦ୍ମାବତୀ ପୋଢ ନାମକ ଏକ ୮୦ ବର୍ଷୀୟ ବୃଦ୍ଧା ନିଜର ୫୦୦ ଟଙ୍କା ଭତ୍ତା ପାଇଁ ୨ କିଲୋମିଟର ଚାଲି ଚାଲି ଯିବା ଓ ଭତ୍ତା ନପାଇ ଘରକୁ ଫେରି ଆସିବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।

ପଦ୍ମାବତୀ ଙ୍କ ବୟସ ୮୦ ବର୍ଷ ଅଣ୍ଟା ସିଧା ହଉନି ନଇଁ ନଇଁ ଜାଉଛନ୍ତି ପଦ୍ମାବତୀ ।ଗ୍ରୀଷ୍ମ ର ପ୍ରଚଣ୍ଡ ରୋଦ୍ର ତାପକୁ ବେଖାତିର କରି ମାତ୍ର ୫୦୦ ଟଙ୍କା ପାଇଁ ଖରା ରେ ରାସ୍ତା ରେ ଚାଲି ଚାଲି ଯିବା ର ଦୃଶ୍ୟ ଲୋକ ଙ୍କୁ ଆନ୍ଦୋଳିତ କରିଥିଲା ।୮୦ ବର୍ଷ ବୟସରେ ମୁଁ ଆଉ କଣ କାମ କରିପାରିବି କି ଏହି ଭତ୍ତା ଟଙ୍କା ଉପରେ ହିଁ ମୋର ଭରସା ,ଆଗ ଭଳି ଘରେ ଆଣି ଭତ୍ତା ଦେଲେ ମତେ ସୁବିଧା ହେବ ବୋଲି ନିଜର କୋହ ଭରା ସ୍ୱର ରେ କହିଥିଲେ ପଦ୍ମାବତୀ ।ଏ

ଠାରେ କହିବା ଅନୀର୍ବାଜ୍ୟ ଜେ ସରକାର ଚଳିବାରେ ଅସର୍ମଥ,ବିକଳାଙ୍ଗ ବ୍ୟକ୍ତି ଙ୍କୁ ଘର କୁ ଯାଇ ଭତ୍ତା ପ୍ରଦାନ ପାଇଁ ବ୍ୟାଙ୍କ୍ କୁ ନିର୍ଦ୍ଦେଶ ଦେଇଥିଲେ ବି ବାରମ୍ବାର ଏହି ଭଳି ଘଟଣା ଘଟିବା ଦ୍ଵାରା ଲୋକଙ୍କ ମନରେ ସରକାରୀ ବ୍ୟବସ୍ଥା ପ୍ରତି ଆଶଙ୍କା ସୃଷ୍ଟି ହେଉଛି । ଏ ଘଟଣା ବିଷୟ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ବ୍ୟାଙ୍କ୍ ଖାତା ରେ ଟଙ୍କା ଡିପୋଜିଟ ହୋଇଥିବା ସୂଚନା ଦେଇଥିଲେ ।ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏ ବିଷୟ ରେ ଅବଗତ ନ ଥିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରି ଆସନ୍ତା ସମୟ ରେ ପଦ୍ମାବତୀ ଙ୍କ ଘରେ ନେଇ ଭତ୍ତା ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

 

Related Post

ସରକାରଙ୍କ ଶ୍ରମିକ ଯୋଜନା ଆଜି ବିଫଳତା କି ? ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ାଲିଛି

Posted by - May 7, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ବିଗତ ଏକ ଦଶନ୍ଦୀ ହେଉଛି ରାଜ୍ୟର ବିଭିନ୍ନ ଜିଲ୍ଲା ମଧ୍ୟରୁ ଦାଦନ ଯିବାରେ ରାୟଗଡା ଜିଲ୍ଲା ଅନ୍ୟତମ !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦରରେ…

ଯାଜପୁର ରେ ବଢ଼ିଲା କଣ୍ଟେନମେଣ୍ଟ ଅଞ୍ଚଳ

Posted by - May 4, 2020 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୁଣି ବଢିଲା କଣ୍ଟେନମେଣ୍ଟ ଅଂଚଳ। ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ…

ପଶ୍ଚିମାଞ୍ଚଳ ଏକତା ମଂଚର ସମ୍ବଲପୁରୀ ଦିନ ସଂକଲ୍ପ ଏବେ ଆନ୍ଦୋଳନ ରେ ପରିଣତ ହୋଇପାରିଛି

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀ ସମାଜ ପକ୍ଷରୁ ୧୦ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାରଂକର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଆନ୍ଦୋଳନ ରେ ପରିଣତ…

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା,ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ

Posted by - March 29, 2020 0
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ…

7 ବର୍ଷ ଶିଶୁପୁତ୍ର ର ମୁଣ୍ଡ ବଢିବା ପ୍ରସଙ୍ଗ ଉଚ୍ଚତର ଚିକିତ୍ସା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ବଢ଼ାଇଲା ହାତ

Posted by - March 2, 2023 0
ହରଭଙ୍ଗା :2/3(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ଗ୍ରାମର ଅମିତ ଦେହୁରୀ ଙ୍କ 7ବର୍ଷ ର ପୁଅ ଅଂଶୁମାନ ର ଦିନକୁ…