ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଗତ ଦେଢ଼ ମାସ ତଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡ଼ ଭୁର୍ତା ଗ୍ରାମରେ ଘଟିଥିବା ହତ୍ୟା ଘଟଣା ରେ ଅନାଥ ତିନି ଭାଇ ଭଉଣୀ ଙ୍କୁ ଆଜି ଜିଲ୍ଲାପାଳ ସହାୟତର ହାତ ବଢ଼ାଇଛନ୍ତି!ଘଟଣା ଅନୁଯାଇ ଆଜକୁ ଦେଢ଼ ମାସ ତଳେ ବଡ଼ ଭୁର୍ତା ଗ୍ରାମର ଅଭୟ ନାଏକ ନିଜ ସ୍ତ୍ରୀ କୁ ମଦ୍ୟପନ କରି ନିଶା ଖୋର ରେ ହତ୍ୟା କରିଥିଲା ଫଳରେ ଏବେ ଅଭୟ ହାଜତ ରେ ସଜା କାଟୁଥିବା କାଟୁଛନ୍ତି!ସେପଟେ ନିରୀହ ତିନି ପୁଅ ଝିଅ, ବଡ଼ ଝିଅ ସଂଜିତା ନାଏକ (୧୮ )ପୁଅ ରିଙ୍କୁ ନାଏକ (୧୩ )ସାନ ଝିଅ ଲଳିତା (୭ )ବାପା ମା ଛେଉଣ୍ଡ ହୋଇ ଵାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ଦିନ କାଟୁଥିଲେ।
ଆଜି ବ୍ଲକ ର ତିଲେଶ୍ୱର ପଞ୍ଚାୟତ ରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କୁ ନିଜ ଅଭିଯୋଗ ଜଣାଇଲା ପରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ବଡ଼ ଝିଅ ମାଟ୍ରିକ ପାସ କରିଥିବାରୁ ଜିଲ୍ଲା ପ୍ରଶାସନ ସହାୟତା ରେ ITI କିମ୍ବା ଯୁକ୍ତ ୨ , ଓ ଅନ୍ୟ ଦୁଇ ପୁଅ ଝିଅ ଙ୍କୁ ରାମକୃଷ୍ଣ ବାଳାଶ୍ରମ ବିରନାରସିଂହପୁର ଠାରେ ରଖି ପାଠ ପଢ଼ାଇବା ପାଇଁ ନିଜେ ସ୍ଵମତ ପ୍ରକାଶ କରିବା ସହିତ ସଙ୍ଗେ ସଙ୍ଗେ ଅଭିଯୋଗ ଶୁଣାଣିରେ ତିନି ଭାଇ ଭଉଣୀ ଙ୍କୁ ୧୦,୦୦୦ ଟଙ୍କା ର ଆର୍ଥିକ ସହାୟତା ଦେଇଥିଲେ। ଆସନ୍ତା କାଲି ମଙ୍ଗଳଵାର ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଙ୍କୁ ସାକ୍ଷାତ କରିବାପାଇଁ ସୂଚନା ଦେଇଥିଲେ!ଜିଲ୍ଲାପାଳ ଙ୍କ ଏହି କାର୍ଯ୍ୟ କୁ ଦେଖି ଆଜି ଅଭିଯୋଗ ଶୁଣାଣି ରେ ଉପସ୍ଥିତ ଥିବା ବିଭିନ୍ନ ଅଭିଯୋଗ କlରି ପ୍ରଶଂସା କରିଥିଲେ।