Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ ?

52 0

ଭବାନିପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ସିଲେଟ ଗ୍ରାମ ପଞ୍ଚାୟତ ଅଧିନ ରୁପେଣ୍ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ବିଶ୍ବ ମାଝୀ (୪୦)ଙ୍କୁ ମିଳୁନି ଟଙ୍କିକିଆ ଚାଉଳ।ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଏହି ଅସହାୟ ବିଶ୍ବ ମାଝୀ ଜଣେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତିକୁ ୭୦୦ ଟଙ୍କା ଭତ୍ତାର ପ୍ରାବଧାନ ରହିଥିବା ବେଳେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଭାବେ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ବିଶ୍ବ ମାଝୀଙ୍କୁ ମିଳୁଛି ୫୦୦ ଟଙ୍କା।ଗୁରୁଣ୍ଡି ଗୁରୁଣ୍ଡି ବିତୁଛି ଜୀବନ। ଭିନ୍ନକ୍ଷମ ହୋଇ ଅସହାୟ ଜୀବନ ଜିଉଂଥିବା ବେଳେ ଦି ଓଳି ଭୋକିଲା ପେଟକୁ ଅନ୍ନ ଦି ମୁଠା ପାଇଁ ଅନ୍ୟ ଉପରେ ଭରସା କରି ରହିବାକୁ ପଡୁଛି।

ପିତା ମାତାଙ୍କୁ ହରାଇ ଅନେକ ବର୍ଷ ବିତିସାରିଛି।ନିଜ ବାପା ମାଆଙ୍କ ସାହାରାରେ ବଞ୍ଚୁଥିବା ବିଶ୍ବ ଏବେ ଏକାକି ଜୀବନ ଜିଉଁଛନ୍ତି।ନିଜ ବଡ ଭାଇ ଭାଉଜଙ୍କୁ ଆଶ୍ରା କରି ରହିବାକୁ ପଡୁଛି।ଏଭଳି ଦାରୁଣ ଯନ୍ତ୍ରଣାରେ ଛଟପଟ ବିଶ୍ବ ମାଝୀ ଆଧାର୍ କାର୍ଡ ଭଳି ପରିଚୟ ପ୍ରମାଣପତ୍ର ଖଣ୍ଡିକ ମଧ୍ୟ କରି ପାରୁନାହାନ୍ତି। ଏଥିପାଇଁ ପ୍ରାୟ ୫୦ କିଲୋମିଟର ଦୂର ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟକୁ ଯିବାକୁ ପଡିବ।କିନ୍ତୁ ବିଶ୍ବଙ୍କ ପାଇଁ ତାହା ସମ୍ଭବ ହେଉନଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବାକୁ ପଡିଛି।

ଅସହାୟଙ୍କ ପାଖରେ ଅପହଞ୍ଚ ହୋଇପଡିଛି ସରକାରୀ ସହାୟତାର ଯୋଜନା।ସରକାରଙ୍କ ଏସବୁ ଯୋଜନାର ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର୍ କାର୍ଡ ଭଳି ପରିଚୟ ପତ୍ର ବାଧ୍ୟତାମୂଳକ ଥିବା ବେଳେ ବିଶ୍ବ ମାଝୀଙ୍କ ଭଳି ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହିଥିବାର ଅନେକ ଦୃଷ୍ଟାନ୍ତ ରହିଛି।ଥୁଆମୂଳ ରାମପୁର ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସୁମନ୍ତ କୁମାର ମଲ୍ଲିକ ବିଶ୍ବ ମାଝୀଙ୍କ ଏହି ପ୍ରସଙ୍ଗ ଉପରେ ଅନୁଧ୍ୟାନ କରି ଯଥା ସମ୍ଭବ ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଛନ୍ତି।ତେବେ ପ୍ରଶାସନ କେବେ ବିଶ୍ବ ମାଝୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ମାସିକ ଚାଉଳ ବ୍ୟବସ୍ଥା କରିବେ ତାହା ଦେଖିବା ବାକି ରହିଲା।

Related Post

ପଦ୍ମ ଧରିଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର

Posted by - March 24, 2019 1,278
ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ…

ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

Posted by - May 14, 2022 0
ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ…

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି

Posted by - March 23, 2023 0
ଭବାନୀପାଟଣା: /୨୩-୦୩(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ ।ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ…

ଅନେକ ସରକାରୀ ଯୋଜନାକୁ ବାଟମାରଣା କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

Posted by - July 29, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ କୟାଁ ପଂଚାତୟରେ ବ୍ୟାପକ ଅନିୟମିତତା ହୋଇଥିବା ଯାଜପୁର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପଂଚାୟତର…