ମୁନିଗୁଡା :(ରମାକାନ୍ତ ପୋଡାଲ )ଗଛ ପକାଇ ମାଓବାଦୀଙ୍କ ରାସ୍ତା ଅବରୋଧ। ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପଙ୍କାଳଗୁଡି ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଛି ବଂଶଧାରା ଘୁମୁସର ନାଗବଳୀ ଡିଭିଜନ।
ଅଡିଓ ଟେପ ଜରିଆରେ ମାଓବାଦୀ ୧୫ ତାରିଖ ୭ ଟି ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ବେଳେ ପୋଷ୍ଟର ମାରିବା ସହ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି। ପଙ୍କାଳଗୁଡି ନିକଟରେ ଗଛ ପକାଇ ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ଚନ୍ଦ୍ରପୁର ମୁନିଗୁଡା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।