Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଥୁଆମୂଳ ରାମପୁର ବ୍ଲକ୍ ରେ ସହକାରୀ ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି ପାଇଁ ଦାବୀ କଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

34 0

ଭବାନୀପାଟଣା;(ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତିର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କ ବଦଳିକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା।ବଦଳିକୁ ନେଇ ଶାସକ ପ୍ରଶାସକ ମଧ୍ୟରେ ଲାଗିରହିଥିଲା ଅନ୍ତର୍ଦ୍ବନ୍ଦ।ସୂଚନା ମୁତାବକ ଗତ ଏପ୍ରିଲ ୧୧ ତାରିଖ ପତ୍ର ସଂଖ୍ୟା ୨୨୪୩ ରେ ତାଙ୍କୁ ଥୁଆମୂଳ ରାମପୁର ବ୍ଲକରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ ସେ ଥୁଆମୂଳ ରାମପୁର ବ୍ଲକରୁ ଛାଡି ନଥିଲେ।ଯାହାକୁ ବିଭିନ୍ନ ସ୍ତରରେ ଆଲୋଚନା ସମାଲୋଚନା ଚାଲିଥିଲା।ଥୁଆମୂଳ ରାମପୁର ବ୍ଲକର ନିର୍ବାଚିତ ଜନପ୍ରତିନିଧି ମାନଙ୍କ ପ୍ରତି ଅସଦାଚରଣ କରୁଥିବା ବେଳେ ବିଭିନ୍ନ ସମୟରେ ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିବା ସହିତ କୌଣସି ସହଯୋଗ କରୁନଥିବା ଭଳି ଅଭିଯୋଗ ବ୍ଲକ ପ୍ରଶାସନ ପାଖରେ ଜଣାଇଥିଲେ।

ଏପରିକି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ମଧ୍ୟ ସମ୍ମାନ ଦେଉନଥିବା ବେଳେ ମନମୁଖୀ କାର୍ଯ୍ୟ ଶୈଳୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ।ହେଲେ ଶୁକ୍ରବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନେତୃତ୍ୱରେ ଡୁମେରପଦର ସମିତି ସଭ୍ୟ ରାଇଦାସ ନାଏକ, ଗୋପାଳପୁର ସମିତି ସଭ୍ୟା ସଞ୍ଜୁ କୁମାରୀ ନାୟକ, ସିଲେଟ ସମିତି ସଭ୍ୟ ବିପିନ ବିହାରୀ ନାଏକ, ବାଗଡିଆଣି ସମିତି ସଭ୍ୟ ଘାସିରାମ ମାଝୀ ଥୁଆମୂଳ ରାମପୁର ବ୍ଲକ ସରପଞ୍ଚ ସଂଘର ସଭାପତି ବଳଭଦ୍ର ଜାନୀ,କାଣିଗୁମା ସରପଞ୍ଚ ଧ୍ରୁବକାନ୍ତ ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା ଏବଂ ସରପଞ୍ଚ ମାନେ ଏକତ୍ରିତ ହୋଇ ବିଡ଼ିଓ ଶୁଭକାନ୍ତ ନାଏକଙ୍କ ପାଖରେ ଉପସ୍ଥିତ ରହି ତୁରନ୍ତ ଆମ ସମ୍ମୁଖରେ ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେଙ୍କୁ ତୁରନ୍ତ ଥୁଆମୂଳ ରାମପୁର ବ୍ଲକ ଛାଡିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଉ ବୋଲି ଅଡି ବସିଥିଲେ।

ପରେ ବିଡ଼ିଓ ଶ୍ରୀ ନାଏକ ଏହି ଦିନ ହିଁ ବ୍ଲକ ଛାଡିବାକୁ ଆଦେଶ ଦେଇଥିବା ସୂଚନା ମିଳିଛି।ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବରେ ପରିଚିତ। ଏହି ଅଞ୍ଚଳର ସାମୂହିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି।କିନ୍ତୁ ଏସବୁ ଉନ୍ନୟନ କାର୍ଯ୍ୟ ଗୁଡିକ କାର୍ଯ୍ୟାଳୟ ସ୍ତରରେ ହେବାର ବ୍ୟବସ୍ଥା ରହିଥିବା ବେଳେ ଠିକାଦାର ପୋଷା ନୀତିରେ ନିଜ ଇଚ୍ଛାରେ କାର୍ଯ୍ୟ ବଣ୍ଟନ କରୁଥିଲେ।ହେଲେ ଏସବୁ କାର୍ଯ୍ୟ ଗୁଡିକରେ ଉଚିତ ତଦାରଖର ଅବହେଳା ରହି ଆସୁଥିବା ଅଭିଯୋଗ ମଧ୍ୟ ରହିଆସୁଛି।

ଏପରିକି ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେ ବ୍ଲକରେ ନିଜର ଆଧିପତ୍ୟ ଜମାଇ ରଖିଥିବା ବେଳେ କାହା ଛତ୍ର ଛାୟାରେ ଏଭଳି କରୁଛନ୍ତି ବୋଲି କିଛି ଜନ ପ୍ରତିନିଧି ସମାଲୋଚନା କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଇଂ ସାଲକୋ ହେମ୍ବ୍ରମଙ୍କୁ ନିଯୁକ୍ତି ମିଳିଥିବା ବେଳେ ଯାହାକୁ ନେଇ ସହକାରୀ ଯନ୍ତ୍ରୀ ଶ୍ରୀ ପାଣ୍ଡେ ଅସନ୍ତୋଷ ଥିବା ଚର୍ଚ୍ଚା ଘନୀଭୂତ ହୋଇଥିଲା।ପରେ କୌଣସି କାରଣ ବଶତଃ ଜିଲ୍ଲା ପ୍ରଶାସନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହେମ୍ବ୍ରମଙ୍କୁ ଲାଞ୍ଜିଗଡ଼ ବ୍ଲକକୁ କରାଯାଇଥିଲା।ଯାହାକୁ ନେଇ ସାଧରଣରେ ଚର୍ଚ୍ଚା ଜୋର୍ ଧରିଥିଲା।ଅନ୍ୟ ପଟରେ ୬ ମାସ ହେବ ବ୍ଲକରେ ପଞ୍ଚାୟତ ସମିତି ବୈଠକ ଡାକରା ହୋଇନଥିବା ବେଳେ ଏଥିପାଇଁ ବ୍ଲକ୍ ପ୍ରଶାସନ ହିଁ ଦାୟୀ ବୋଲି ସମିତି ସଭ୍ୟ ସଭ୍ୟା ମାନେ ଅଭିଯୋଗ ଆଣିଥିଲେ।

Related Post

ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା

Posted by - March 20, 2021 0
ଭୁବନେଶ୍ବର: ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି…

ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ:-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Posted by - November 28, 2019 0
ଭୁବନେଶ୍ୱର ୨୮।୧୧ – ବଢିଲା ସମୟ ସୀମା । ରାଜ୍ୟରେ ଟ୍ରାଫିକ୍‌ କଟକଣା ନିୟମ୍‌ ଆଉ ୩ ମାସ କୋହଳ କରାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ…

କିର୍ବା ଗ୍ରାମରେ ମଦ କାରବାର ବନ୍ଦ ପାଇଁ ଶୋଭାଯାତ୍ରା

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ବୁର୍ଲା ଥାନାର କିର୍ବା ଅଞ୍ଚଳରେ ଚାଳିଛି ବେଧଡକ ଭାବରେ କୁଚିଆ ମଦ କାରବାର । କିର୍ବା ଗ୍ରାମରେ ଏହି କୁଚିଆ ମଦ କାରବାର…

ମନରେଗା ପାଉଣା ପ୍ରଦାନ ନ କଲେ ଭୋଟ ବର୍ଜନ ନିମନ୍ତେ ଦାବିପତ୍ର ପ୍ରଦାନ

Posted by - January 25, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶେଷସୀମାନ୍ତ ବର୍ତ୍ତୀ ଜାମଖୁଣ୍ଟା ପଞ୍ଚାୟତ ରେ ବିଭିନ୍ନ ଯୋଜନାରେ ଅନିୟମିତତା ଅଭିଯୋଗ ରେ ସମାଜସେବା ଅନୁଷ୍ଠାନ ଗରିବସେନା ଙ୍କ…

ମରଣ ଜନ୍ତା ପାଲଟିଛି ମୁନିଗୁଡା ରୁ ଅମ୍ବାଦଳା ରାଜ୍ୟ ରାଜପଥ

Posted by - June 15, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ)ମୃତ୍ୟୁ କୁ ଡାକୁଛି ରାଜ୍ୟ ରାଜପଥ ର ଏହି ରାସ୍ତା । ମରଣ ଯନ୍ତା ପାଲଟିଛି ରାୟଗଡ଼ା ରୁ ଭବାନୀ ପାଟଣା ରାଜ୍ୟ ରାଜପଥ…