ଯାଜପୁର :କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ଏଆଇସିସି ସଦସ୍ୟ ତଥା ଯୁବ ନେତା ପୁଲିନ ପ୍ରକାଶ ପୁହାଣ। ଆଜି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଏଭଳି ଘୋଷଣା କରିଛନ୍ତି। ରାଜ୍ୟ ନେତୃତ୍ୱ ଙ୍କୁ ଦାୟୀ କରି ସେ ନିଜର ଇସ୍ତଫା ଦେଇଛନ୍ତି । ଯବାନ ଭାବେ ଦେଶସେବା କରି କାର୍ଯ୍ୟରୁ ଅଵସର ନେବା ପରେ ୨୦୧୬ରୁ ସେ ରାଜନୀତିରେ ପାଦ ଦେଇ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ ଦୃଢ଼ ସଂଗଠନ କରି ଲୋକସେବାରେ ନିୟୋଜିତ ରହି ୨୦୧୯ ସାଧାରଣ ନିର୍ବାଚନରେ ଅଶାୟୀ ପ୍ରାର୍ଥୀ ଥିଲେ।
ମାତ୍ର ଦଳିୟ କାର୍ଯ୍ୟକର୍ତାଙ୍କ ଅଣଦେଖା ଯୋଗୁଁ ସେ ଦଳ ଛାଡିଥିବା କହିଛନ୍ତି। ଏଥିସହ ରାଜ୍ୟ ନେତୃତ୍ୱ ବିରୋଧୀଙ୍କ ନିକଟରେ ବିକ୍ରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସେ କେଉଁ ଦଳରେ ସାମିଲ ହେବେ ତାହା ସେ ସୂଚନା ଦେଇ ନାହାନ୍ତି। କିନ୍ତୁ ପୁଲିନ ଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଯାଜପୁର କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି।