ବୌଦ୍ଧ:୧୨/୫ (ଚିତ୍ତରଞ୍ଜନ ସିଂହ)ଆଜି ବୌଦ୍ଧଠାରେ ବୟନିକାରର ଏକ ଶାଖା ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ! ଏହି ଅଵସରରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ପ୍ରତ୍ୟଷ ତତ୍ବାବଧାନରେ ବୟନିକା ସଭାପତି ପ୍ରକାଶ ମେହେର ,ବୟନିକାର ପରିଚାଳନା ନିର୍ଦେଶିକା ପ୍ରଣତି ଛୋଟରାୟ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ବୌଦ୍ଧ ରାମଲିଳା ପଡିଆ ପାର୍ଶ୍ବରେ ଥିବା ୨୨ ଡିସିମିଲ ଜମିକୁ ରେଜିଷ୍ଟ୍ରୀ କରାଯାଇଛି !
ବୌଦ୍ଧଠାରେ ବୟନିକାର ଶାଖା ହେବାନେଇ ଜିଲ୍ଲାରେ ବୁଣାକାର ଓ ଉପଭୋକ୍ତାଙ୍କ ମଧ୍ୟରେ ଉତ୍ସୁକତା ବ୍ରୁଦ୍ଧି ପାଇବାରେ ଲାଗିଛି ! ଏହି ଅବସରରେ ବୌଦ୍ଧଜିଲ୍ଲାର ବୁଟୁପାଲି, ନାରାୟଣ ପ୍ରସାଦ, ମର୍ଜାକୁଦ ଆଦି ଗ୍ରାମର ବୁଣାକାରମାନେ ଆସି ବୟନିକା ସଭାପତି ଓ ଏମଡିଙ୍କ ସହିତ ବିଷଦ ଆଲୋଚନା କରିଥିଲେ ! ଖୁବଶିଘ୍ର ଶାଖା ଖୋଲାଯାଇ ଅଞ୍ଚଳର ଚାହିଦାକୁ ଦ୍ରୁଷ୍ଟିରେ ରଖି ବଲାଙ୍ଗିର, ସୋନପୁର, ଵରଗଡ, ସମ୍ବଲପୁର ଆଦି ଜିଲ୍ଲାରୁ ଉନ୍ନତ ମାନର ହସ୍ତତନ୍ତ ସାମଗ୍ରୀ ଆଣି ଯୋଗାଇ ଦିଆଯିବ ବୋଲି ଶ୍ରୀଯୁକ୍ତ ମେହେର ସୂଚନା ଦେଇଛନ୍ତି !