Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଯଶୋଦା ଅନାଥାଶ୍ରମରେ ରେଡକ୍ରସ ତରଫରୁ ପୋଷାକ ଓ ହାଇଜିନ କିଟ୍ ବଣ୍ଟନ

69 0

ଧର୍ମଗଡ:୧୨/୦୫(ହେମନ୍ତ କୁମାର ମାଝୀ)ଧର୍ମଗଡ ନିକଟସ୍ଥ ଗମ୍ଭାରୀଗୁଡା ଠାରେ ଥିବା ଯଶୋଦା ଅନାଥାଶ୍ରମ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ତରଫରୁ ଅନାଥ ଶିଶୁ,ବୃଦ୍ଧ-ବୃଦ୍ଧା ଓ ମାନସିକ ବିକଳାଙ୍ଗ ମାନଙ୍କୁ  ପୋଷାକ ଓ ହାଇଜିନ କିଟ୍ ବଣ୍ଟନ କରାଯାଇଛି। ଏହି ମାନବୀୟ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ରେଡକ୍ରସ ଜିଲ୍ଲା ଶାଖା ସଂପାଦକ ପ୍ରମୋଦ କୁମାର ଖିଲୋ, ବିଡିଓ ଶରତ କୁମାର ସେଠୀ, ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ସଭ୍ୟ ସମାଜସେବୀ ହୃଷିକେଶ ମିଶ୍ର, ଆଜୀବନ ସଦସ୍ୟ ଲିଂଗରାଜ ପାତ୍ର,ବିବେକ ରଂଜନ ମିଶ୍ର, ଜୟନ୍ତ କୁମାର ଜେନା,ଏନ ଏ ସି ଉପାଧ୍ୟକ୍ଷା ମନିଷା ମିଶ୍ର, ପ୍ରମୁଖ ସାମିଲ ହୋଇଥିଲେ।

ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡାଙ୍କ ସଂଯୋଜନାରେ ଯୁବରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ଡା, ଗୋବିନ୍ଦ ସାହୁ, ସଂଜୀବ କୁମାର ମୁଣ୍ଡ, ସରୋଜ କୁମାର ପଟ୍ଟଯୋଶୀ, ପଦ୍ମାଳୟା ଦଣ୍ଡସେନା, ମୋହନ ଚରଣ ବିଷି, କନିଷ୍ଠ ରେଡକ୍ରସ ପରାମର୍ଶଦାତା ସନ୍ତୋଷ କୁମାର ପାଣିଗ୍ରାହୀ ଓ ଆଜୀବନ ସଦସ୍ୟ ଲକ୍ଷପତି ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଅବସରରେ କୋମେଟା ଇନ୍ଟିଲେକ୍ଟର କାର୍ଯ୍ୟ ନିର୍ବାହି ଅଧିକାରୀ ଘନଶ୍ୟାମ ଅଗ୍ରୱାଲ ଙ୍କ ବୈଷୟିକ ସହାୟତାରେ ଯଶୋଦା ଅନାଥ ଆଶ୍ରମ ନାମରେ ଏକ ଓ୍ବେବସାଇଟ  ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଯଶୋଦା ଅନାଥାଶ୍ରମର ମୁଖ୍ୟ ପରିଚାଳକ ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି , କଳାହାଣ୍ଡି ଜିଲ୍ଲା ଶାଖାର କର୍ମକର୍ତ୍ତା, ଆଜୀବନ ସଦସ୍ୟ, ଯୁବ ଓ କନିଷ୍ଠ ରେଡକ୍ରସର ପରାମର୍ଶଦାତା ତଥା ସ୍ବେଛାସେବୀ  ଛାତ୍ରଛାତ୍ରୀ , ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସାମ୍ବାଦିକ ମାନେ ସାମିଲ ହୋଇଥିଲେ।

Related Post

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଅନୁଗୁଳ: ପୁଣି ମୁଣ୍ଡ ନେଲା କରୋନା,ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ ରେ ପହଞ୍ଚିଲା

Posted by - August 9, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲାରୁ ଆଜି(ରବିବାର) ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏହି ୯ ଜଣଙ୍କୁ ମିଶାଇ ଜିଲ୍ଲାର…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ଵିଶ୍ଵ କର୍କଟ ଦିବସରେ ସଚେତନତା କାଯ୍ୟକ୍ରମ

Posted by - February 5, 2023 0
ରାୟଗଡ଼ :(ରମାକାନ୍ତ ପୋଢାଳ )କର୍କଟ ରୋଗ ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ଫେବ୍ରୁଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବେ…

ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର

Posted by - September 29, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ବିରଜା କଲ୍ୟାଣ ମଣ୍ଡପ ପରିସରରେ ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର…

ଅଡ଼େନିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ସଚେତନତା ରଥ ଶୁଭାରମ୍ଭ

Posted by - January 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଆଡ଼େନିଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ପ୍ଲାନ୍ ଇଣ୍ଡିଆ ଅନୁଷ୍ଠାନ ର ମିଳିତ ସହୋଯୋଗ ରେ…