ଟିଟିଲାଗଡ:୧୨/୦୫ (ସଞ୍ଜୟ କୁମାର ନାୟକ)ଶୁକ୍ରବାର ଦିନ ଟିଟିଲାଗଡ ବ୍ଲକର ଗାଁ ସାଥି (ମେଟ ) ସଂଘର ସଭାପତି ଶ୍ରୀ ଜଳଧର ଧରୁଆଙ୍କ ସଭାପତିତ୍ବରେ ସମସ୍ତ ଗାଁ ସାଥି ଓ ଜବ କାର୍ଡ ଧାରି ସବୁ ଏକ ଯୁଟ ହୋଇ ପ୍ରଥମେ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜମା ହୋଇଥିଲେ। ସେଠାରୁ ଏକ ବିଶାଳ ସମାବେଶ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଟିଟିଲାଗଡ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା।
ମନରେଗା ଯୋଜନାରେ ସରକାରଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ପ୍ରତ୍ୟେକ ଗାଆଁର ଦୁଇ ଜଣ ପୁରୁଷ ଓ ମହିଳା ମାର୍କ ବେଶିସରେ ୨୦୦୮ ମସିହାରେ ନିଯୁକ୍ତି ପାଇଥିଲେ, ଦୁଃଖର ବିଷୟ ଯେ ଆର୍ଥିକ ବର୍ଷ ୨୦୧୯ ଠାରୁ ୨୦୨୩ ପର୍ଯ୍ୟନ୍ତ ଆଜିକୁ ଚାରି ବର୍ଷ କାମ କରି ବିତି ଯାଇଥିଲେ ହେଁ ସେମାନେ ମନରେଗା କାର୍ଯ୍ୟ କରି ଦୈନିକ ମଜୁରି ପାରିଶ୍ରମିକ ହିସାବରେ ପାଇବା କଥା କିନ୍ତୁ ପରିତାପର ବିଷୟ ଯେ ଗ୍ରାମପଞ୍ଚାୟତ ଓ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ସେମାନଙ୍କ ଟଙ୍କା ମିଳୁ ନାହିଁ ଏବଂ ସୂଚନା ଫଳକର ମଧ୍ୟ ମିଳି ନ ଥିବା ଅଭିଯୋଗ କରିଛନ୍ତି।
ଏହି ସମସ୍ୟାକୁ ନେଇ ବ୍ଲକ ର ୨୪ ଟି ଗ୍ରାମ ପଞ୍ଚାୟତର ଗାଁ ସାଥି ବାରମ୍ବାର ବ୍ଲକ ପ୍ରଶାସନକୁ ଅବଗତ କରାଇବା ସତ୍ତ୍ୱେ ବ୍ଲକ ପ୍ରଶାସନ ଶୁଣିଲେ ନାହିଁ ଏବଂ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କ ପେମେଣ୍ଟ ମଧ୍ୟ ଠିକ ସମୟରେ ହୋଇପାରୁ ନାହିଁ। ତେଣୁ କିଛି ସୁଫଳ ନ ମିଳିବାରୁ ଆଜି ଏହି ବିଶାଳ ସମାବେଶ ଦ୍ବାରା ସରକାରଙ୍କୁ ଚେତେଇଦେବା ସହ ଏକ ଆଠ ଦଫା ଦାବିପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀଙ୍କୁ ପ୍ରଦାନ କରିଛନ୍ତି।
ସମସ୍ୟାର ସମାଧାନ ନ ହେଲା ଯାଏଁ କାମରେ ଯୋଗ ଦେବେ ନାହିଁ ଏବଂ ଆସନ୍ତା ୧୦ ଦିନ ଭିତରେ ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗର ଷ୍ଟ୍ରାଇକ କରିବେ ବୋଲି ରାଜ୍ୟ ଉପସଭାପତି ରମେଶ ରଣା ଚେତାବନି ଦେଇଛନ୍ତି। ଏହି ସମାବେଶକୁ ପରିଚାଳନା କରିବାରେ ଉପ ସଭାପତି ପରମାନନ୍ଦ ତାଣ୍ଡି, ସଂପାଦକ ଧର୍ମେନ୍ଦ୍ର ନାଗ, ସହ ସମ୍ପାଦକ ରୋହିତ ବାଗ, କୋଷଧକ୍ଷ ମୁକେଶ ଛତର, ଉପଦେଷ୍ଟା ରମେଶ ରଣା ଙ୍କ ସମେତ ସଙ୍ଘର ବହୁ ସଦସ୍ୟ ସହଯୋଗ କରିଥିଲେ।