Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

“ପଛୁଆ ବର୍ଗର ଗଣନା କାର୍ଯ୍ୟ ଅନୁଧ୍ୟାନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ “

77 0

ମୁନିଗୁଡା :(ରମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲାରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସମ୍ପର୍କିତ ସର୍ଭେ ନିମନ୍ତେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କରକାରl l ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ସର୍ବେ କାର୍ଯ୍ୟ ଅନୁଷ୍ଠିତ ହେଉଛି । ରାୟଗଡ଼ା ବ୍ଲକର, ପୌର ପାଳିକା , କୋଲନରା ବ୍ଲକ, ରାମନାଗୁଡ଼ା ବ୍ଲକ, ଗୁଣପୁର ପୌରପାଳିକା ସର୍ବେ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି l ପର୍ଯ୍ୟବେକ୍ଷକ ସହିତ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବିଡିଓ ଲକ୍ଷ୍ମୀନାରାୟଣ ସାବତ,ପୌର ନିର୍ବାହୀ ଅଧିକାରୀ ୟାଶୀର ବିଲାଲ ଅହମଦ, କୋଳାନାରା ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକ, ରାୟଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଆଦି ସର୍ବେ କାର୍ଯ୍ୟ ଅନୁଧ୍ୟାନ କରିଥିଲେ l

ରାଜ୍ୟ ସରକାରଙ୍କ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିରେନ୍ଦ୍ର କରକରା ବୁଧବାର ଦିନ ରାୟଗଡ଼ା ସଦର ମହକୁମାରେ ପହଞ୍ଚି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ଅନ୍ୟ କର୍ମଚାରୀଙ୍କ ସହ ସର୍ଭେ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଏହା ପରେ କୋଲନରା, ରାମନାଗୁଡ଼ା, ରାୟଗଡ଼ା ଓ ଗୁଣୁପୁର ବ୍ଲକ୍ ଓ ପୌର ପରିଷଦ ସର୍ଭେ ସମ୍ପର୍କିତ କାର୍ଯ୍ୟ ବିଷୟରେ ତଦାରଖ କରିଥିଲେ । ଜିଲ୍ଲାରେ ଚଳିତ ମେ ଏକ ତାରିଖ ରୁ ଆରମ୍ଭ ହୋଇଥିବା ଗଣନା ଆସନ୍ତା 27/05/2023 ତାରିଖ ଦିନ ଶେଷ ହେବ ।

ପ୍ରତି ପରିବାରର ସମସ୍ତ ତଥ୍ୟ ନିର୍ଭୁଲ ଭାବେ ସଂଗ୍ରହ କରିବା ସହ ଯୋଗ୍ୟ ପରିବାର କିପରି ତାଲିକା ଭୁକ୍ତ ହୋଇ ପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଗଣନା ଆରମ୍ଭ ହୋଇଥିବା ଓ ପ୍ରତି ପରିବାର ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ କେନ୍ଦ୍ର ଅଧୀନରେ ଥିବା ଅଞ୍ଚଳରେ ସୋସିଏଲ ମିଡ଼ିଆ ମାଧ୍ୟମରେ ଅବଗତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଆଜିର ଏହି ଗସ୍ତ ସମୟରେ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା, ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଡାକ୍ତର ସ୍ୱୟଂ ସମ୍ପୂର୍ଣ୍ଣା ରାଉତ, ରାୟଗଡ ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ, ଗୁଣପୁର ଉପଖଣ୍ଡ ସାମାଜିକ କଲ୍ୟାଣ ଅଧିକାରୀ ଏସ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ବୌଦ୍ଧଗଡ଼ ଏନଏ ସି ଅଧ୍ୟକ୍ଷ ପାଇଁ ୧୦,କାଉନସିଲର ପାଇଁ ୫୨ ନାମାଙ୍କନ ପତ୍ର ଦାଖଲ

Posted by - March 7, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ)ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଜି ସମସ୍ତ ପ୍ରମୁଖ ରାଜନୈତିକ ଦଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l…

ମୁଖ୍ୟ ରାସ୍ତାର  କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍ୱିଫ୍ଟ ଡିଜାୟାର

Posted by - January 8, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର  କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍ୱିଫ୍ଟ ଡିଜାୟାର…

ହକି ବିଶ୍ୱକପ ପ୍ରସ୍ତୁତି,ସମୀକ୍ଷା କରିଛନ୍ତି ଯାଜପୁର ଜିଲପାଳ

Posted by - January 11, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ହକି ବିଶ୍ୱକପ । ଏଥିପାଇଁ ଆସନ୍ତା କାଲି କଟକରେ ଅନୁଷ୍ଠିତ ହେବ…

ମଙ୍ଗଳବାର ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ: ଅପରାହ୍ନ ୪ଟା ୩୨ରୁ ପାକତ୍ୟାଗ, ଦେବନୀତି ନିଷେଧ

Posted by - July 14, 2019 2,116
ଭୁବନେଶ୍ୱର, ୧୪।୭: ଆସନ୍ତା ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ,…

ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ, ସୌଭାଗ୍ୟ ଯୋଜନାର ହିତାଧିକାରୀ ଲୋ ଭୋଲ୍ଟେଜ୍ ସମସ୍ୟାରେ ଅତିଷ୍ଠ

Posted by - July 18, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଁ )ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥ ପୁର୍ ଗ୍ରାମରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ ଲୋକେ ନାହିଁ ନଥିବା…