Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଗୋଷ୍ଠୀଗୃହ ଲୋକାର୍ପିତ

78 0

ମୁନିଗୁଡା:(ରମାକାନ୍ତ ପୋଡାଳ )ଥେରୁବାଲି ଆଦିବାସୀ ସାହିରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଅନୁରୋଧକ୍ରମେ ଇମ୍ଫା ର ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀଗୃହ କୁ ଇମ୍ଫା ଶିଳ୍ପ ଗୋଷ୍ଠୀ ର ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ଦୀପକ କୁମାର ମହାନ୍ତି ଏକ ନିରାଡମ୍ବର ଉତ୍ସବରେ ଲୋକାର୍ପିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଉପ ସଭାପତି ଶ୍ରୀମାନ ଆଶିଷ କୁମାର ରାୟ, , ମୁଖ୍ୟ ପ୍ରବନ୍ଧକ (ଯାନ୍ତ୍ରିକ) ଶ୍ରୀମାନ ଏମ॰ଶ୍ରୀନିବାସ , ଉପ ମୁଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ଶ୍ରୀମାନ କଲୋଳ କୁମାର ନାୟକ ଯୋଗ ଦେଇଥିବା ବେଳେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲାକା ଏଥିରେ ଯୋଗ ଦେଇ ଇମ୍ଫା ର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଏଭଳି ମହତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

ଥେରୁବାଲି ର ସାମାଜିକ କର୍ମୀ ଶ୍ରୀ ରାଧାଶ୍ୟାମ ପଣ୍ଡା , ଶ୍ରୀ ପରମେଶ୍ଵର ନିଳଗିରି , ଶ୍ରୀ ନକୁଲ ସେନାପତି , ଶ୍ରୀ ଅଶୋକ ହିକକା ଏବଂ ଆଦିବାସୀ ସାହିର ମହିଳାମାନେ ଏବଂ ଶ୍ରୀମାନ ଲାଲା ,ମାଠିଆ , ନୀଳାମ୍ବର , ବିଜୟ , ଚୌଧୁରୀ ଆଦି ମୁଖିଆମାନେ ଯୋଗ ଦେଇଥିଲେ।ଉପସ୍ଥିତ ମହିଳାମାନେ ଏଭଳି ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିବାରୁ ଇମ୍ଫା ଏବଂ ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ । ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା ସହଯୋଗ କରିଥିଲେ ।

Related Post

ଧଣ୍ଡାମୁଣ୍ଡା ଗାଁ ରେ ଦୁଇ ଦିନ ହେଲା ପଡ଼ିରହିଛି ମୃତ ଦେହ , ଦାଦନ ପୁଅ ଫେରିଲେ ହେବ ଶବ ସତ୍କାର

Posted by - October 12, 2022 0
ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗାଁ ର ପୁରନ୍ଦର ରଣା (ପନରୁ)(୫୫)ର…

ଜିଲ୍ଲା ପ୍ରଶାସନର ସମ୍ପର୍କ ମେଳା କାର୍ଯ୍ୟକ୍ରମ

Posted by - August 25, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଳାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲା…

ଯାଜପୁର ର ଅଗ୍ରଣୀ ସଂଗଠନ ଯୁବଶକ୍ତି କ୍ଲବ ପକ୍ଷରୁ ବିଭିନ୍ନ ବସ୍ତି ରେ ରନ୍ଧା ଖାଦ୍ୟ ବଣ୍ଟନ

Posted by - April 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ଏବେ ଲୋକେ ବାହାରକୁ ବାହାରି ପାରୁନାହାନ୍ତି। ଗରିବ ଓ ଖଟିଖିଆ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସେଥିପାଇଁ…

କେସିଙ୍ଗା ନଗରରେ ଲାଗିବ ସିସିଟିଭି କ୍ୟାମେରା

Posted by - May 6, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ସହର ମୁଖ୍ୟ ଜାତୀୟରାଜପଥ NH-୨୬ ଉପରେ ବଢିଚାଲି ଥିବା ଦୁର୍ଘଟଣା,ଟ୍ରାଫିକ ସମସ୍ଯା,ସହରରେ ଚୋରି, ବିଭିନ୍ନ ବେଆଇନ କାରବାର, ଦୃତଗତି ରେ ଚଲାଉଥିବା ଦୁଇ ଚକିଆ…

ବ୍ୟାପକ କାର୍ଯ୍ୟର ସମୀକ୍ଷା ଓ ବ୍ରଜମୋହନ ହାଇ ସ୍କୁଲ୍ ଛାତ୍ରାବାସ ର ଶିଳାନ୍ୟାସ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Posted by - June 4, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି…