ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଗାଡି ମାଲିକମାନେ ସାବଧାନ । ଆପଣ ବି ଏଭଳି ଘଟଣାର ଶିକାର ହୋଇପାରନ୍ତି । କାରଣ ଗାଡି ଚାଳକ ଗାଡି ଲୁଟ୍ ହେବା କହି ଅନ୍ୟତ୍ର ଗାଡିକୁ ବିକ୍ରି କରିଦେବା ଯୋଜନା ଚଳାଉଛନ୍ତି । ଏଭଳି ଏକ ଅଭିନବ ଉପାୟ ଘଟଣାର ପର୍ଦ୍ଦାଫାଶ କରିଛି ଯାଜପୁର ଜିଲ୍ଲା ଜେନାପୁର ପୋଲିସ ।
ଗତ ୫ ତାରିଖ ରାତିରେ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଛକ ନିକଟରୁ ୬ଜଣ ଦୁର୍ବୃତ ବନ୍ଧୁକ ଦେଖାଇ ୨ଟି ହାଇୱା ଗାଡି ଲୁଟିନେଇଥିଲେ ବୋଲି ଗାଡି ଚାଳକ ଦ୍ୱୟ ମାଲିକଙ୍କୁ ଜଣାଇଥିଲେ । ୬ତାରିଖ ଦିନ ଗାଡି ମାଲିକ ଜେନାପୁର ଥାନାରେ ପହଂଚି ଲିଖିତ ଅଭିଯୋଗ କରିଥିଲେ । ଏସଂପର୍କରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଡ୍ରାଇଭର ଦ୍ୱୟଙ୍କୁ ଘଟଣା ସମ୍ପର୍କରେ ପଚାରିବାରେ ସେମାନଙ୍କ ବୟାନକୁ ନେଇ ପୋଲିସର ସନ୍ଦେହ ସୃଷ୍ଟି ହୋଇଥିଲା । ଉଭୟ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚାରାଉଚରା କରିବା ପରେ ସେମାନେ ହିଁ ଗାଡିକୁ ଅନ୍ୟତ୍ର ବିକ୍ରି କରିଥିଲେ ଏବଂ ଘଟଣାକୁ ଚୋରୀ ରୁପ ଦେବା ଲାଗି ଏଭଳି ଏକ ଯୋଜନା ପ୍ରସ୍ତୁତ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଂଚଳର ଶାହାଜାଦା ଓରଫ ରାଜାକୁ ହାଇୱା ଦୁଇଟିକୁ ବିକ୍ରୀ କରିବାକୁ ଯୋଜନା କରିଥିଲେ । ତେବେ ସେଠାରେ ଜେନାପୁର ପୋଲିସ ପହଂଚି ଗୋଟିଏ ଟ୍ରକକୁ ଉଦ୍ଧାର କରିବା ସହ ଆଉ ଏକ ଟ୍ରକର ଡାଲାକୁ ଜବତ କରିଛି । ଏଥିସହ ସେମାନଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ କରିଛି । ଏସଂପର୍କରେ ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ଚାଳକ ଦ୍ୱୟ ଖୋର୍ଦ୍ଧା ଅଂଚଳର ସନ୍ୟାସୀ ମହାରଣା ଓ ନିମାପଡା ଅଂଚଳର ପ୍ରଭାକର ମଲିକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
gelen takipçiler rt ve fav’da yapiyor??
“Мисс Марвел” [2022 – Сериал Мисс Марвел смотреть онлайн “Мисс Марвел” [2022 –