ହିଂସା ମାର୍ଗ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ଦକ୍ଷିଣାଞ୍ଚଳ ଡିଆଇଜି

56 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରାଙ୍ଗ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ହୋଉଥିଲା l ଯବାନଙ୍କ ଗୁଳିରେ 3 ମାଓବାଦୀ ନିହତ ହୋଇଥିଲେ l ଘଟଣା ସ୍ଥଳରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ରାମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣେ ମାଓବାଦୀ ଆଖିବୁଜିଥିଲା l ନିହତ ମାଓବାଦୀ ମାନଙ୍କ ପରିଚୟ ମିଳିନଥିବାବେଳେ ସେମାନେ KKBN ଏରିଆର ବୋଲି ପୋଲିସ ସୂଚନାରୁ ଜଣାଯାଇଛି lଏହି ଗୁଳିବିନିମୟ ସମୟରେ ସ୍ପେଶାଲ ଇନଭେଷ୍ଟିଗେଷନ ଉଇଙ୍ଗର ଡ଼ିଏସପି ଅତୁଳ କୁମାର ଦାସଙ୍କ ଗୋଡ଼ରେ ଗୁଳି ବାଜିଥିଲା l ଆହତ ଡ଼ିଏସପି ଶ୍ରୀ ଦାସଙ୍କୁ ପ୍ରଥମେ ରାମପୁର ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯାଇଥିଲା l ପରେ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ଓ ପରବର୍ତୀ ସମୟରେ ଏୟାର ଲିଫ୍ଟ କରି ଆସୁ ଚିକିତ୍ସାପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ତାଙ୍କ ଚିକିତ୍ସା ଜାରି ରହିଛି l ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିବା ସୂଚନା ମିଳିଛି l

ଟlପ ରାଙ୍ଗ ଜଙ୍ଗଲର ଗୁଳିବିନିମୟ ସ୍ଥଳରୁ ଗୋଟିଏ AK47, ଗୋଟିଏ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ ସହ ଅନେକ ମାଓ ପୋଷ୍ଟର ଓ ମାଓ ସାମଗ୍ରୀ ପୋଲିସ ଉଦ୍ଧାର କରିଥିଲା l ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଥିବାବେଳେ ଭୁବନେଶ୍ୱରରେ ମଧ୍ୟ ଏକ ରାଜ୍ୟ ସ୍ତରୀୟ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା l ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଭବାନୀପାଟଣା ରେ ପହଂଚି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ଟାପ ରାଙ୍ଗ ଜଙ୍ଗଲରେ ହୋଇଥିବା ଗୁଳିବିନିମୟରେ 3 ମାଓବାଦୀ ନିହତ ସମ୍ପର୍କରେ ସୂଚନା ଦେଇଛନ୍ତି l

ଏହି ସମ୍ମିଳନୀରେ ଡିଆଇଜି ଶ୍ରୀ ପଣ୍ଡିତ ମାଓବାଦୀ ମାନଙ୍କୁ ହିଂସା ମାର୍ଗ ତ୍ୟାଗକରୀ ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଆହ୍ୱାନ କରିଛନ୍ତି l ପ୍ରେସ ମିଟ ସମୟରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l ବର୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଟାପ ରାଙ୍ଗ ଅଂଚଳବାସୀ ଭୟଭୀତ ନ ହେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି lମାଓବାଦୀ ମାନେ ଜନ ଅଧିକାର ସପ୍ତାହ ପାଳନ ଅବସରରେ ସେମାନଙ୍କ ଉପସ୍ଥିତି ଜାହିର କରିବାପାଇଁ ଭବାନୀପାଟଣା ଉପକଣ୍ଠରେ ଥିବା ଗୋଡ଼ଭଟା ଏବଂ ଲାଞ୍ଜିଗଡ଼ ଅଞ୍ଚଳରେ ମାଓ ପୋଷ୍ଟର ଲଗେଇଥିବାବେଳେ ପୋଲିସ ମଧ୍ୟ ସତର୍କ ଦୃଷ୍ଟି ରଖିଥିବା ଡିଆଇଜି ପ୍ରକାଶ କରିଛନ୍ତି l

Related Post

ଉଶୃଙ୍ଖଳ ଯୁବକଙ୍କ ଦୌରାତ୍ମ : ବିଡିଓ, ତହସିଲଦାରଙ୍କୁ ଆକ୍ରମଣ ।

Posted by - April 18, 2020 0
ଯାଜପୁର ତା ୧୮/୪ :(ଆନନ୍ଦ ଚନ୍ଦ୍ର ସାହୁ) ରସୁଲପୁର ବ୍ଲକ୍ ଅନ୍ତର୍ଗତ ବଡ଼କଇଁଚି ପଂଚାୟତର ଗୋପିନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ…

ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟୀକାକରଣ

Posted by - January 5, 2022 0
ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋରନା ସହିତ ଲଢ଼ିବା ପାଇଁ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟୀକାକରଣ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର

Posted by - February 12, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଙ୍ଗନବାଡି କର୍ମୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀ କରି ଯାଜପୁରରେ ଅଲ ଇଣ୍ଡିଆ ଅଙ୍ଗନବାଡି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ…

ପୁଣି ଦେଖିବାକୁ ମିଳିଲା ବୌଦ୍ଧ ଜିଲ୍ଲା ରେ ରାଜନୈତିକ ହିଂସା

Posted by - February 14, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଙ୍କ ଗାଡ଼ି କୁ ପଥର ମାଡ଼ ହେଇଥିବା…

ଛାତ୍ର ଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ଘଟଣା;-କଲେଜ କର୍ତୁପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

Posted by - September 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଚିତାଳୋ କଲେଜ ଛାତ୍ର ଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଂଗରେ କଲେଜ କର୍ତୁପକ୍ଷ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିିୟା ଦେଇଛନ୍ତି…