ବୌଦ୍ଧ:୧୦/୦୫ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଦୁଇ ଜଣ ଦଲାଲ ଙ୍କୁ ଆର. ଟି. ଓ. କାର୍ଯ୍ୟାଳୟ ନିକଟ ରୁ ପୋଲିସ ଗିରଫ କରିଛି l ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଅଦ୍ୟ ତା.10.5.2023 ରିଖ ଅପରାହ୍ନ ଘ.12.30 ମିନିଟ ସମୟରେ ଆର. ଟି. ଓ କାର୍ଯ୍ୟାଳୟ ନିକଟସ୍ଥ ସହଜ ଜନସେବା କେନ୍ଦ୍ର ରୁ 2 ଜଣ ଦଲାଲ ଙ୍କୁ ପୋଲିସ ଗିରଫ କରିଛି l
ଦଲାଲ ଦୁଇ ଜଣ ହେଲେ ତପନ ମଣ୍ଡଲ ଏବଂ ସଂଜିତ ପଣ୍ଡା l ସେମାନେ ବେଆଇନ ଭାବରେ ଜନସେବା କେନ୍ଦ୍ର କରି ଆର. ଟି. ଓ. ଅଫିସ ର ଅନ୍ୟାନ୍ୟ କାମ ପାଇଁ ଅଧିକ ଅର୍ଥ ଅଦାୟ କରୁଥିଲେ l ବହୁ ଆଗରୁ ଜନସାଧାରଣ ଏ ନେଇ ଅଭିଯୋଗ କରି ଆସୁଥିଲେ l
ଆଜି ଏହି ଦଲାଲ ଦ୍ବୟ ଙ୍କୁ ପୋଲିସ ଗିରଫ କରିଛି ଏବଂ ଜନସେବା କେନ୍ଦ୍ର କୁ ସିଲଡ଼ କରାଯାଇଛି l ଏହି ଚଢ଼ାଉ ସମୟରେ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ରନାଥ କଁହର, ଏସ. ଡି. ପି. ଓ. ଆନନ୍ଦ ବର୍ଦ୍ଧନ ଗୁରୁ, ଆଇ. ଆଇ. ସି. ଆଦର୍ଶ ଥାନା ମାଧବା ନନ୍ଦ ନାୟକ, କର୍ମଚାରୀ ସୁରେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ