ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କୁ ଅନ୍ୟତ୍ର ବଦଳୀ କରାଯାଇଛି । ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ବସିରହିଥିଲେ । ଏହି ବିଦ୍ୟାଳୟରେ ୪୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସହିତ ଅଟଳ ଟିଙ୍କରିଂ ଲ୍ୟାବ ରହିଛି । ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳୀ କରାଗଲେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବ । ଛାତ୍ର ଛାତ୍ରୀ ଧାରଣାରେ ବସିବା ପରେ ବିଦ୍ୟାଳୟ ପରିଚାଳନା କମିଟି କର୍ତୁପକ୍ଷ ଛାତ୍ର ଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
Facebook Notice for EU!
You need to login to view and post FB Comments!
There are 6,753 comments